ସାହିତ୍ୟିକ କବି ବନ୍ଧୁ ପରିବାରର ଚତୁର୍ଥ ଅର୍ଘ୍ୟ “ଶିଖା”ର ଶିଶୁ ବିଶେଷାଙ୍କ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବ୍ୟାସମାଟିର ଅନ୍ୟତମ ସୁପ୍ରତିଷ୍ଠିତ ସାରସ୍ୱତ ଅନୁଷ୍ଠାନ ‘ସାହିତ୍ୟିକ କବି ବନ୍ଧୁ ପରିବାର’ର ଚତୁର୍ଥ ଅର୍ଘ୍ୟ “ଶିଖା”ର ଶିଶୁ ବିଶେଷାଙ୍କ ସ୍ଥାନୀୟ ମୋତିଗଞ୍ଜସ୍ଥ ବାଣ୍ଠିଆ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅତ୍ୟନ୍ତ ଭାବ ଉଚ୍ଛାସମୟ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇ ଯାଇଅଛି ।


ଏନେଇ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଡ଼ଃ କ୍ଷୀତେଶ୍ବର ଦାଶ, ମୁଖ୍ୟ ବକ୍ତା ସଚ୍ଚୀନ୍ଦ୍ର ଦାସ ଏବଂ ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଉପଦେଷ୍ଟା ବିପିନ ବିହାରୀ ବାରିକ, ସ୍ନିଗ୍ଧା ସାମନ୍ତରାୟ, ବଳାଙ୍ଗୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତ୍ନାକର ସିଂହଙ୍କ ସମେତ ସୁବ୍ରତା ମହାନ୍ତି, ଶାନ୍ତିଲତା ପଣ୍ଡା, ଶାଶ୍ବତୀ କର, ଜୟନ୍ତୀ ରଣା, ହାଡିବନ୍ଧୁ ପାତ୍ର, ରାଜେଶ୍ବରୀ ପଣ୍ଡା, ଚିତ୍ରାରାଣୀ ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ ।


ଅନୁଷ୍ଠାନ ତରଫରୁ ଅଧ୍ୟକ୍ଷ ଡ଼ଃ ରତ୍ନାକର ସିଂହ ଓ ସୁଶିକ୍ଷୟିତ୍ରୀ ରାଜେଶ୍ବରୀ ପଣ୍ଡା, ଦୁଇଜଣଙ୍କୁ ସେମାନଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିଲା । ନିକଟ ଅତୀତରେ ଗତ ରଥଯାତ୍ରାର ସୁନାବେଶ ଠାରୁ ଆଜିଯାଏ ମାତ୍ର ମାସ କେଇଟାରେ ଅନୁଷ୍ଠାନ ତାର ମୁଖପତ୍ର ଶିଖାର ଚାରୋଟି ସଂଖ୍ୟା ପ୍ରକାଶ କରି ସାହିତ୍ୟ ଜଗତରେ ଏକ ବିରଳ ତଥା ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ବୋଲି ଉପସ୍ଥିତ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହିତ ନିମନ୍ତ୍ରିତ ଅତିଥି ମାନେ ମତ ପ୍ରକାଶ କରି ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସମେତ ସମସ୍ତ କର୍ମ କର୍ତ୍ତାଙ୍କୁ ପ୍ରଶଂସା କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.