କିସ୍କିନ୍ଧ୍ୟା, ସୁନ୍ଦର ଓ ଲଙ୍କା କାଣ୍ଡ ମଞ୍ଚସ୍ଥ ସହ ସମାପନ ହେଲା ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ଚାଲିଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ତୃତୀୟ ତଥା ଶେଷ ଋଜନୀ (ବୁଧବାର)ରେ କିସ୍କିନ୍ଧ୍ୟା ସୁନ୍ଦର ଓ ଲଙ୍କା କାଣ୍ଡ ମଂଚସ୍ଥ ହୋଇଛି । ଶେଷ ରଜନୀରେ ଭରପୁର ଦର୍ଶକ ତଲ୍ଲୀନ ହେଇ ଶେଷ ଯାଏଁ ଅଭିନୀତ ସମସ୍ତ ଦୃଶ୍ୟକୁ ଉପଭୋଗ କରିଥିଲେ । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ଅନ୍ତିମ ରଜନୀରେ ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ । ସଭାପତି ଜୀବେଶ କୁମାର ପଣ୍ଡା, ସଂପାଦକ ବୀରେନ୍ଦ୍ର ରଥ ଉପସ୍ଥିତ ରହିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପବନ ମହାଲିକ ଓ ହେମନ୍ତ ସାହୁ । ବାଳୀ ବଧ, ସୁଗ୍ରୀବଙ୍କ ମିତ୍ରତା ସ୍ଥାପନ, ସୀତା ଠାବ, ବିଭୀଷଣ ନିର୍ବାସନ, ରାମ ସୀତାଙ୍କ ବିରହ, ଲଙ୍କାପୋଡ଼ି, ରାବଣ ବଧ, ରାଜ୍ୟାଭିଷେକ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ଶ୍ରୀରାମ ଭୂମିକାରେ ସୁଦକ୍ଷ କଲାକାର ଜଗମୋହନ ସାହୁ, ଲକ୍ଷ୍ମଣ ଭୂମିକାରେ ବିକାଶ ଆଚାର୍ଯ୍ୟ, ସୀତା ଭୂମିକାରେ ରମେଶ ସାହୁ, ରାବଣ ଭୂମିକାରେ ସାଇପ୍ରସାଦ ମହାରଣା(ବଡ଼), ମନ୍ଦୋଦରୀ ଭୂମିକାରେ ମଣ୍ଟୁ ବାରିକ, ବିଭୀଷଣ ଭୂମିକାରେ ପ୍ରଦୀପ ସିଂ(ବଡ଼ବାବୁ), କୁମ୍ଭକର୍ଣ୍ଣ ଭୂମିକାରେ ରଞ୍ଜନ ମହାରଣା, ମେଘନାଦ ଭୂମିକାରେ ଦେବେନ୍ଦ୍ର ମହାନ୍ତି, ବାଳୀ ଭୂମିକାରେ ବବଲୁ ଘିଭେଲା, ସୁଗ୍ରୀବ ଭୂମିକାରେ ଫାଲଗୁନୀ ପୁଝାରୀ, ପାର୍ଶ୍ୱ ଚରିତ୍ର ଅନ୍ୱେଷ ପଟ୍ଟନାୟକ, ଲଳିତ ସିଂ, ଶାଶ୍ୱତ ତ୍ରିପାଠୀ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହେଶ୍ୱର ସାହୁ(ଭୁବନେଶ୍ୱର) । ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ସ୍ମୃତିରେଖା ପାଢୀ, ରୁବି ବେହେରା, ତ୍ରିଲୋଚନ ସୁନା ପ୍ରମୁଖ କଣ୍ଠଦାନ କରିଥିବାବେଳେ ବାଦ୍ୟଯନ୍ତ୍ରରେ ଯୁଧିଷ୍ଟିର ବେହେରା, ଭରତ ରାଉତ, ପ୍ରଶାନ୍ତ, ଦିଲ୍ଲୀପ, ନୀର, କାହ୍ନୁ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଭାବେ ଦୀନବନ୍ଧୁ ମହାରଣା, ସମ୍ବିତ ମହାରଣା ଚମତ୍କାର ଭାବେ ରୂପସଜ୍ଜା କରିଥିଲେ । ମଞ୍ଚ ସାଜସଜ୍ମା ବୀରେନ୍ଦ୍ର ମହାରଣା, କାଲୁ ମହାରଣା, ତ୍ରିଲୋଚନ ମହାରଣା, ଭ୍ରମରବର, ସୁବାସ ନାୟକ, ତ୍ରିନାଥ ରାଉତ, ଶରତ ମହାରଣା ପ୍ରମୁଖ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.