ଜିପିଏଲ୍ ସେସନ୍-୨ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଟ୍ରଫି ଫାଇଟର୍ ବିଜୟୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ଗଣ୍ତାବାହାଲିଠାରେ ଚାଲିଥିବା ଜିପିଏଲ୍-୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି । ଫାଇନଲ ମ୍ୟାଚ ରୋଏଲ ଷ୍ଟାଇକର୍ ଓ ଟ୍ରଫି ଫାଇଟର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟ୍ରଫି ଫାଇଟର୍ ଅଧିନାୟକ ଘନଶ୍ୟାମ ମେହେର ଟସ ଜିଣି ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ରୋଏଲ ଷ୍ଟାଇକର୍ ନିର୍ଦ୍ଧାରିତ ୧୨ ଓଭର୍ ମ୍ୟାଚ୍ ରେ ୯୪ ରନ୍ ସଂଗ୍ରହ କରିଥିଲା । ବିପକ୍ଷରେ ଟ୍ରଫି ଫାଇଟର୍ ୧୧.୪ ଓଭରରେ ୭ ଓ୍ୱକେଟରେ ବିଜୟୀ ହୋଇଥିଲେ ।ମ୍ୟାନଅଫ୍ ଦ ମ୍ୟାଚ୍ ଉମେଶ ଓ ମ୍ଯାନ ଅଫ୍ ଦି ସିରିଜ୍ ମୁନା ପାଇଥିବା ବେଳେ ଏହି ଖେଳକୁ ଡୋଲେଶ୍ଵର ମେହେର ଓ ଜୟ ଭୋଇ ପରିଚାଳନା କରିଥିଲେ । ସ୍କୋରର ଦାୟିତ୍ଵରେ ଡିସମ୍ବର ମେହେର ଓ ଧାରାବିବରଣୀ ଆଶୀଷ ଖମାରୀ ପ୍ରଦାନ କରିଥିଲେ । ଗଣ୍ଡାବାହାଲିର ଯୁବଗୋଷ୍ଠୀ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସହ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.