ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ସରକାରର ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଭାଜପା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ଖଲିଆପାଲି ଶୈବ ପିଠ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଯୁବ ମୋର୍ଚ୍ଚା ସଭାପତି ନବୀନ କିଶୋର ସାହୁ, ଓବିସି ମୋର୍ଚ୍ଚା ସଭାପତି ଶିଶିର କୁମାର ସାହୁ, ମହିଳା ମୋର୍ଚା ସଭାନେତ୍ରୀ ପୁଷ୍ପାଞ୍ଜଳୀ ସାହୁ, ଅନୂସୂଚିତ ଜାତି ପ୍ରେମାନିଧି ସୁନା, କୃଷକ ମୋର୍ଚ୍ଚା ସଭାପତି କୁଞ୍ଜ ସାହୁ, ଅନୂସୂଚିତ ଜନଜାତି ସଭାପତି ନିରଞ୍ଜନ ମାଝୀଙ୍କୁ ଜୁନ ମାସର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରରେ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି। ମଣ୍ଡଳର ବରିଷ୍ଟ କାର୍ଯ୍ୟକର୍ତ୍ତା ସହ ପଦାଧିକାରୀମାନେ ମୋର୍ଚ୍ଚା ମାନଙ୍କ ସମାବେଶରେ ଯୋଗ ଦେବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ସାହୁ, ମଣ୍ଡଳ ସଂପାଦକ ଗୋପିନାଥ ସାହୁ, ଯତିନ୍ଦ୍ର ସାହୁ, ବରିଷ୍ଟ ବିଜେପି ନେତା ବିଘ୍ନ ରାଜ ସାହୁ, ଶୋଭା ସାହୁ, ଦିଲିପ ସାହୁ, ହେମନ୍ତ ସାହୁ, ମଣ୍ଟୁ ସାହୁ, ଡୋଲାମଣି ସାହୁ, ରାଜିବ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।