✍🏾ଡମ୍ବରୁଧର ବେହେରା
ନାରୀର ଧରମ ପତି ପାଦେ ସେବା
ଇହ କାଳେ ପର କାଳେ
ସୁହାଗ ସିନ୍ଦୂର ମଥାରେ ତାହାର
ଲେଖା ତାର ଭାଗ୍ୟ ଭାଳେ
ପତି ସୁଖ ,ଶାନ୍ତି ପତିବ୍ରତା ନାରୀ
ମନାସେ ଠାକୁର ଠାରେ
ନିଜେ ଦୁଃଖ ବୋହି ପରିବାର ପାଇଁ
ଚାଲନ୍ତି ଅସିର ଧାରେ
ସୁନା ଗହଣାରେ, ଧନ ସମ୍ପତ୍ତିରେ
ନ ଥାଏ ମନରେ ଲୋଭ
ମଥାର ସିନ୍ଦୂର ହାତର ଶଙ୍ଖାରେ
ଜୀବନ ପାଏ ଦୁର୍ଲଭ
ଜନ୍ମ ଜାନ୍ମାନ୍ତର ଯୁଗ ଯୁଗାନ୍ତର
ଫରୁଆ ଭିତରେ ଥାଏ
ସକାଳ ସଂଜରେ ଭୂମିରୁ ଭୂମାକୁ
ମଥା ଓ ଶଙ୍ଖାରେ ମାଖେ….।।