ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ଇପିଏଫ୍ ପେନସନ ସଂଘ ପକ୍ଷରୁ କଳପଡ଼ା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସଂଘର ମୁଖ୍ୟ ପ୍ରତିନିଧି ମଣ୍ଡଳୀଙ୍କର ଏକ ବୈଠକ ବସିଥିଲା। ସର୍ବ ଭାରତୀୟ ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଓ ରାଜ୍ୟ ସଭାପତି ବିଜୟ କୁମାର ଜେନାଙ୍କ ନିର୍ଦ୍ଦେଶ ତଥା କଟକ ଜିଲ୍ଲା ସଭାପତି ରାଜ କିଶୋର ସ୍ବାଇଁ (ସିସିବି) ଓ ସମ୍ପାଦକ ବିନୋଦ କୁମାର ବେହେରା (ଓଷ୍ଟା) ଙ୍କ ପରାମର୍ଶ କ୍ରମେ ୪୨ମୌଜା ଇପିଏଫ୍ ପେନସନ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପାଞ୍ଚଶହ ପୋଷ୍ଟକାର୍ଡ ଲେଖାଯାଇ ଜିଲ୍ଲା କମିଟି ନିଷ୍ପତି ଅନୁଯାୟୀ ଆସନ୍ତା ଜୁନ ସାତ ତାରିଖରେ ଜିଲ୍ଲା କମିଟି ନିକଟରେ ଦାଖଲ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଅଛି। ଏହି ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଜିଲ୍ଲା କମିଟି ସଦସ୍ୟ ଭଜକୃଷ୍ଣ ଲେଙ୍କା, ଗୋଲଖ ଚନ୍ଦ୍ର ପତି, ଗଣେଶ୍ୱର ପରିଡ଼ା, ଉମେଶ ଚନ୍ଦ୍ର ସ୍ବାଇଁ, ଅଜିତ୍ କୁମାର ନାୟକ, ବନ ବିହାରୀ ମୁଦୁଲି ଓ ବିଚିତ୍ରା ନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କମିଟି ଯୁଗ୍ମ ସମ୍ପାଦକ ବୁଲେଇ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ।





