ରାଜ୍ୟ ସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀରେ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ଶୌଚାଳୟ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ଜୁନ ୫ ତାରିଖରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପାଳିତ ହେଇ ଯାଇଛି। ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀରେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ ର ଶିକ୍ଷକ ଓ ଛାତ୍ରଛାତ୍ରୀ କଳାହାଣ୍ଡି ଜିଲ୍ଲା ତରଫରୁ ପ୍ରତିନିଧିତ୍ଵ କରିଥିଲେ। ଜୟଦୁର୍ଗା ହାଇସ୍କୁଲ ତରଫରୁ ପରିବେଶ ଉପଯୋଗୀ ଶୌଚାଳୟ ନାମକ ପ୍ରକଳ୍ପ ପ୍ରଦର୍ଶିତ ହେଇଥିଲା। ଏହାକୁ ବିଦ୍ୟାଳୟର ଛାତ୍ର ସ୍ୱାଗତ ପଟ୍ଟନାୟକ ଓ ପୁଷ୍ପରାଜ ପୋଢ଼ ଉପସ୍ଥାପନ କରିଥିଲେ ଓ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ, ତଥା ପଠାଣି ସାମନ୍ତ ବିଜ୍ଞାନ କ୍ଲବର ଉପଦେଷ୍ଟା ସନ୍ତୋଷ କୁମାର କର ମାର୍ଗ ଦର୍ଶନ କରିଥିଲେ। ସ୍ବଳ୍ପ ମୂଲ୍ୟରେ କିଭଳି ଶୌଚ ସହ, ସ୍ୱାସ୍ଥ୍ୟ ରକ୍ଷା, ଆଲୋକ ବ୍ୟବସ୍ଥା ଓ ଜଳର ସୁବିନିଯୋଗ ଆଦି କରି ହେବ ତାହା ଏହି ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ଯାହାକି ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ଼. ମୋନା ଶର୍ମା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା , ସମ୍ମାନିତ ଅତିଥି ଭାବରେ ରାଜୀବ କୁମାର, ନିର୍ଦ୍ଦେଶକ, ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିଜ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ପରିବେଶ ପ୍ରେମୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.