ସେ ସବୁ, ତାର ନାହିଁ ସତ୍ତା,
ଆସିଲେ କେବେ ମଜା, କେବେ ସଜ୍ଜା।
ଆସିଯାଏ, ଜାଣି ହୁଏନା,
ପରିଶ୍ରମକୁ ଅନିଦ୍ରା, ମାରିନିଏ ଦୁଇ ଆଖିପତ୍ତା,
ଖାଇଲା ପରେ, ପୁରା ଅସୁବିଧା।
ହସ୍ପିଟାଲ, ରାତି ଅଧା ରକ୍ତ ଚଢ଼ା ଆଖି ଦେଖୁଛି।
ବାସି ପଖାଳକୁ ବଡ଼ି ଚୁରା, ମାଛ ଚୁନା,
ହାଇ ର ଭାଇ, ଫେନ୍ ର ହାବା,
ନିଦ ଚାପିବକି, ବାପା ହସ୍ପିଟାଲରେ, ନେଇ ପାରନ୍ତି ଶେଷ ବିଦା।
ଟ୍ରେନର ତୃତୀୟ ବିଶ୍ରାମ ଶ୍ରେଣୀକୁ, ପଶ୍ଚିମ ଓଡ଼ିଶା,
ବିଡି ଗନ୍ଧକୁ, ଝୋ ଝୋ ବର୍ଷା,
ଅପରାହ୍ନର ଅବୁଝା ବିଦ୍ୟା,
ନପିଇ ବାବୁ ମୁଁ ମଦୁଆ,
ନିଜକୁ ଚୁମୁଟି ଦିଅ, ଶିକ୍ଷକ ଅବୁଝା।
ସେ ସବୁ, ତାର ନାହିଁ ସତ୍ତା,
ଆସିଲେ କେବେ ମଜା, କେବେ ସଜ୍ଜା।
ନିଦ, ଜାଣିଲକି ତାର ନା।