ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜ ଅନ୍ତର୍ଗତ ସାନ୍ତପୁର ସେକ୍ସନର ଝିକିମିକି ଗ୍ରାମ ଠାରେ ‘ବନ ମହୋତ୍ସବ’ ପାଳିତ ହୋଇଯାଇଛି। ଡଙ୍ଗର ଦେବତାଙ୍କ ପୂଜାର୍ଚ୍ଚନା ପରେ ଅନୁଷ୍ଠିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ। ଭବାନୀପାଟଣା ରେଞ୍ଜର ପଦ୍ମନାଭ କୁମାର, ଫରେଷ୍ଟର ରତ୍ନାକର ଧରୁଆ, ଦାଦପୁର ସମିତି ସଭ୍ୟା ସୁକାନ୍ତି ସୁନା, ଆଶା କର୍ମୀ ବେଲ ଗଉଡ଼ , ଫୋରେଷ୍ଟ ଗାର୍ଡ ଭାବନୀ ଶଙ୍କର ପରିଛା, ଇଦ୍ରଧ୍ଵଜ ଧଙ୍ଗଡାମାଝୀ, ପାର୍ଟନର ଏନଜିଓ ସଦସ୍ୟ ଉମେଶ ଗଉଡ଼, ପ୍ରକୃତି ପ୍ରେମୀ ମିଲନ କୁମାର ଭୋଇ ତଥା ଗ୍ରାମବାସୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।