ଉଲିକୁପା ଉନ୍ନିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଚ୍ୟୁତାନନ୍ଦ କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଉଲିକୁପା ଉନ୍ନିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଚ୍ୟୁତାନନ୍ଦ କର ଅବସର ଗ୍ରହଣ କରିଛନ୍ତି। ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଖ୍ୟାତ ଥିଲେ। ନିଜର ଚାକିରି କାଳ ମଧ୍ୟରେ ସେ ଅନେକ ସୁଯୋଗ୍ୟ ଛାତ୍ର ନିର୍ମାଣ କରିପାରିଛନ୍ତି। ଛାତ୍ର ଓ ଅଭିଭାବକମାନଙ୍କ ଅତି ପ୍ରିୟ ଥିବା ଶ୍ରୀଯୁକ୍ତ କର ନିଜର କର୍ମମୟ ଜୀବନରୁ ଅବସର ନେଇଥିବାରୁ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସରତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଅତିଥି ଭାବେ ପୂର୍ବତନ ନର୍ଲା ବିଧାୟକ କୁମରମଣି ଶବର, ନର୍ଲା ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ଏବିଇଓ ସୂର୍ଯ୍ୟମଣି ବାଗ, ଉଲିକୁପା ସରପଞ୍ଚଙ୍କ ପ୍ରତିନିଧି ଚିତ୍ରସେନ ଶବର, ପରବାଙ୍ଗି ସିଆରସିସି ନବିନ ଗଉଡ, ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଆନନ୍ଦ ମାଝୀ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବାସହ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ପୂର୍ବତନ ଛାତ୍ର ଚନ୍ଦ୍ରଶେଖର ସାହୁ, ବନମାଳୀ ସାହୁ, ଲୋକସେବକ ଶବର, ରବି ହରିଜନ, ଧୋବଳେ ଶବର ତଥା ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.