କୈବଲ୍ୟ ଉଦଘୋଷକ ସମ୍ମାନ-୨୦୨୨ ପ୍ରଦାନ ସମାରୋହ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ଅବସରରେ କୈବଲ୍ୟ ଉଦଘୋଷକ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି। ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଜଗନ୍ନାଥ ରଥ ଯାତ୍ରା ଏବଂ ବାହୁଡ଼ା ଯାତ୍ରା ଅବସରରେ ଶାସ୍ତ୍ରରେ ନିପୁଣ ବିଦ୍ୱାନ ପଣ୍ଡିତମାନେ ଧାରା ବିବରଣୀ ପ୍ରଦାନ କରନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବିଦ୍ବାନମାନେ ଜଗନ୍ନାଥ ତତ୍ତ୍ଵ ଏବଂ ଦର୍ଶନକୁ ଅମୃତମୟ ଶବ୍ଦରେ ବିଭିନ୍ନ ମଞ୍ଚ, ରେଡିଓ ଏବଂ ଟେଲିଭିଜନ ମାଧ୍ୟମରେ ଦିନ ତମାମ ଧାରା ବିବରଣୀ ପ୍ରଦାନ କରିଥାନ୍ତି। ତେଣୁ ସେମାନଙ୍କୁ ବର୍ଷ ୨୦୨୨ରେ କୈବଲ୍ୟ ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ କରିଛନ୍ତି। ଦଶ ଜଣ ବିଦ୍ଵାନଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ଏହି ଉଦଘୋଷକ ସମ୍ମାନ ଏବଂ କୈବଲ୍ୟ ବନ୍ଧୁତ୍ୱ ସମ୍ମାନ ପ୍ରଦାନ କରିଛନ୍ତି। କଟକ ଦୋଳମୁଣ୍ଡେଇ ଶ୍ରୀ ଶ୍ରୀ ପତିତପାବନ ଜୀଉ ରଥଯାତ୍ରା ୨୦୨୨ ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ‘କୈବଲ୍ୟ ଉଦଘୋଷକ ସମ୍ମାନ ୨୦୨୨’ ପ୍ରଦାନ କରିଛନ୍ତି।

Udyog Nursery
Udyogi Nursery

ପଣ୍ଡିତ ପ୍ରଫେସର ନୀଳକଣ୍ଠ ରାଉତ,ପଣ୍ଡିତ ବ୍ରଜମୋହନ ନନ୍ଦ, ପ୍ରାଧ୍ୟାପକ ଡ. ବିଦ୍ୟୁତ୍ ପ୍ରଭା ମିଶ୍ର, ପଣ୍ଡିତ ଡ. ଦିବାକର ମିଶ୍ର, ଡାକ୍ତର ନୀଳାଦ୍ରି ପଣ୍ଡା, ପଣ୍ଡିତ ବିରଞ୍ଚି ନାରାୟଣ ତ୍ରୀପାଠୀ, ନାଟ୍ୟକାର ବିଜୟ କୁମାର ଦାସ, ରଞ୍ଜନ କୁମାର ମହାନ୍ତି, ବିଶ୍ୱଜିତ ସୂର୍ଯ୍ୟବଂଶୀ, ଅପର୍ତ୍ତି କୁମାର ସେଠୀଙ୍କୁ କୈବଲ୍ୟ ସାହିତ୍ୟ ସଂସଦର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ନୀଳଚକ୍ରର କମକର୍ତ୍ତାମାନେ ଉପଢୌକନ ଏବଂ ଅନୁଷ୍ଠାନର ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସାମ୍ନାରେ ସମ୍ମାନ ପ୍ରଦାନ କରାଯାଇଥିଲା। ଦେଖଣାହାରୀ ଏହାକୁ ବେଶ୍ ପ୍ରଶଂସା କରି ନିଆରା ପରମ୍ପରା ବୋଲି ଅଭିହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.