ବାଲ୍ ଗୋପାଲ୍ ସେବା ନିକେତନ ପରିସରରେ ଶିଶୁମାନେ ପାଳିଲେ ନୂଆଖାଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାଲ୍ ଗୋପାଲ୍ ସେବା ନିକେତନ ପରିସରରେ ସମସ୍ତ ଅନ୍ତେବାସୀ, କର୍ମଚାରୀ, କାର୍ଯ୍ୟକର୍ତ୍ତା ମିଶି ଗଣପର୍ବ ନୂଆଖାଇ ପାଳନ କରିଛନ୍ତି। ପ୍ରଥମେ ଇଷ୍ଟଦେବୀ ମା’ ମାଣିକେଶ୍ଵରୀ ଓ ଜଗନ୍ନାଥ ମନ୍ଦିରରୁ ନବାନ୍ନ ଆଣି ଆଶ୍ରମରେ ଭୋଗ ପ୍ରସ୍ତୁତ କରି ଅନ୍ତେବାସୀ ନବାନ୍ନ ଗ୍ରହଣ କରିଥିଲେ। ଅନ୍ତେବାସୀମାନେ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ନୂଆଖାଇ ଜୁହାର ଜଣାଇଥିଲେ। ଗୁରୁ ସୁଶୀଲ ସାହୁ, ଅଜୟ ଗୋପାଳ, କୃତିବାସ ଦଣ୍ଡସେନା ଓ ଶିଶୁମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ସମସ୍ତ ଅନ୍ତେବାସୀ ନୂଆ ବସ୍ତ୍ର ପରିଧାନ କରି ପିଠାପଣା, ନବାନ୍ନ ଭକ୍ଷଣ କରିଥଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେପରେ ବିଶେଷ ବ୍ୟଞ୍ଜନ ସହ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ନୂଆଖାଇ ଅବସରରେ ଘୁମୁରା ପରିବେଷଣ ସହ ଗାନ୍ଧିଛକ ଠାରେ ଆଜାଦୀ କା ଅମୃତ ମହୋତ୍ସବ ବାର୍ତ୍ତା ନେଇ ଆସୁଥିବା ରଥକୁ ସ୍ଵାଗତ କରିବା ସହ ମଞ୍ଚରେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.