କପିଳେଶ୍ଵର ଯୁବକ ସଂଘର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗାଁରେ ଥିବା କପିଳେଶ୍ଵର ଯୁବକ ସଂଘ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କପିଳେଶ୍ବର ଯୁବକ ସଂଘର ସଭାପତି ତୁଳାଚନ୍ଦ୍ର ପୋଡଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତି, ମୁଖ୍ଯ ବକ୍ତା ଭାବେ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଅଧ୍ୟାପକ ରୋହିତ କୁମ୍ଭାର, ବଙ୍ଗୋମୁଣ୍ଡା ବ୍ଳକ ବିଜେଡି ସଭାପତି ରାଧେଶ୍ୟାମ କେତକୀ, ତୁରେକେଲା ସରପଞ୍ଚ ପ୍ରତିନିଧି ରବିନ୍ଦ୍ରନାଥ ବେହେରା, ନରସିଂହ ଥାନାପତି, କୁମର ବାଗ, ଖୀରସିନ୍ଧୁ ବଛା, ତିର୍ଥ ବାଗ, ଦେବକୁମାର ବନଛୋର, ବୈଶାଖୁ ମିର୍ଦ୍ଧା ଓ ସମ୍ପାଦକ ଲିଙ୍ଗରାଜ ପୋଡ ମଞ୍ଚାସୀନ ହୋଇ ନୂଆଖାଇ ଏକ ଭାଇଚାରାର ପର୍ବ ବୋଲି ମତବ୍ୟକ୍ତ କରିଥିଲେ। କପିଳେଶ୍ବର ଯୁବକ ସଂଘ ଅଞ୍ଚଳରେ ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରୁଥିବାବେଳେ ତାହାକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu


ଏହି ଅବସରରେ ଗ୍ରାମ ତଥା ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କୁମର ବାଗ, ରୋହିତ କିଶୋର କୁମ୍ଭାର, ରାସବିହାରୀ ଘିଭେଲା, ସ୍ବର୍ଗତ ଦୁତିଆ ବାଗ, ପୁରନ୍ଦର ବାଗ, ମଧୂସୁଦନ ନାଗ ଯାଦବ, ଗୋଲାପ ଫୁଲ ରାଉତ, ଭାରତୀ ବାଗ, କିଶୋର ବାଗ, ଲମ୍ବୋଦର ବଛା, ଚୁଡାମଣି ସଗ୍ରିଆ, ସ୍ବର୍ଗତ ଗୌତମ ବାଗ, ସ୍ବର୍ଗତ ନିଳମଣି ବାଗ ଓ ମାଁ ନାରାୟଣୀ ସ୍ବୟଂସହାୟକ ଗୋଷ୍ଠୀକୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ସୁନାଧମନ୍ଯ ଗିତୀକାର ରାସବିହାରୀ ଘିଭେଲା ମାଁ ସମଲେଶ୍ବରୀଙ୍କ ଭଜନ ପରିବେଷଣ କରିଥିବାବେଳେ ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏଥିରେ ସଂଘର ଉପ ସଭାପତି ଲୋକେଶ୍ୱର ପୋଡ, ନିରଞ୍ଜନ ସଗ୍ରିଆ, ଘଣ୍ଟେଶ୍ଵର ପୋଡ, ୟୁଥ ସଭାପତି ମୋହନ ବାଗ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ , ରାହୁଲ ପୋଡ, ନିର୍ମାଲ୍ଯ ବାଗ, ସୁରୁ ପୋଡ, ଛତ୍ରପତି ଛତ୍ରିଆ, ସୋନୁ ଛତ୍ରିଆ, ଗୁଣ ଛତ୍ରିଆ, ରାଜୁ ବାଗ, ଚଞ୍ଚଳ ପୋଡ, କାଳିଆ ପୋଡ, ସେନ ପୋଡଙ୍କ ସମେତ ସମସ୍ତ ସଦସ୍ଯ ଓ ଗ୍ରାମବାସୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ । ଏହି ଅବସରରେ ଡ୍ରଇଂ, ପ୍ରବନ୍ଧ, ମାଠିଆ ଫୁଟା, ମ୍ୟୁଜିକ ଚାୟାର ଓ ଡ୍ଯାନ୍ସ ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ଦେବକୁମାର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.