ପେନିକଣା ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକ ଡାଙ୍ଗଲୋଡି ଗ୍ରାମ ପଂଚାୟତ ଅନ୍ତର୍ଗତ ପେନିକଣା ଗ୍ରାମରେ ଥିବା ଜିଲ୍ଳା ମଙ୍ଗଳ ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କଲେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା । ଆଜି ବିଦ୍ୟାଳୟକୁ ଅଚାନକ ଗସ୍ତ କରି ମନ୍ତ୍ରୀ ଶ୍ରୀ ସାରକା ବିଦ୍ୟାଳୟ ପରିସରରେ ଥିବା ଅନ୍ତେବାସୀଙ୍କ ହଷ୍ଟେଲଗୁଡିକ ପରିଦର୍ଶନ କରିଥିଲେ । ହଷ୍ଟେଲଗୁଡିକରେ ଅନ୍ତେବାସୀଙ୍କ ପାଇଁ ମିଳୁଥିବା ସୁବିଧା ସୁଯୋଗଗୁଡିକ ଉପରେ ପ୍ରଧାନଶିକ୍ଷକ ଡମ୍ବୁରୁଧର କନ୍ଦପାଣିଙ୍କୁ ପଚାରି ବୁଝିଥିଲେ ।

Omkar Vasthu
Omkar Vasthu


ତେବେ ହଷ୍ଟେଲରେ ଅନ୍ତେବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବା ବେଳେ ପିଲା ରହୁଥିବା ହଷ୍ଟେଲ ରୁମଗୁଡିକ ବହୁତ ଅପରିଷ୍କାର ହୋଇ ରହିଥିବା ଏବଂ ଅନେକାଂଶରେ ପଙ୍ଖା ନ ଥିବା, ପିଲାଙ୍କୁ ଶୋଇବା ପାଇଁ ବେଡ୍ ଦିଆଯାଇ ନ ଥିବା ଭଳି ଅନ୍ୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ସାରକା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟରେ ଥିବା ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିବା ବେଳେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଛାତ୍ରମାନେ ବିଦ୍ୟାଳୟରୁ ଛାତ୍ରାବାସ ପର୍ଯ୍ୟନ୍ତ ରାସ୍ତା ଭଲ ନ ଥିବା, ଶୋଇବା ଖଟରେ ଶେଜ ପ୍ରଦାନ କରାଯାଇ ନଥିବା, ପାନୀୟ ଜଳ ବ୍ୟବସ୍ଥା ନ ଥିବା ଏବଂ ଅନ୍ୟାନ୍ୟ ବିଷୟରେ ମନ୍ତ୍ରୀଙ୍କୁ ସମସ୍ୟା ଜଣାଇଥିବା ବେଳେ ଛାତ୍ରୀ ଅନ୍ତେବାସୀମାନେ ରହୁଥିବା ହଷ୍ଟେଲ ପାଚେରୀ ବୃଦ୍ଧି କରିବା,କମ୍ପ୍ୟୁଟର ଶିକ୍ଷା ଓ ଶିକ୍ଷକ ନିଯୁକ୍ତି ନିମନ୍ତେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶୃତି ଦେଇଥିବା ବେଳେ ଜିଲ୍ଳା ମଙ୍ଗଳ ବିଭାଗ କର୍ତୁପକ୍ଷ ବିଦ୍ୟାଳୟ ସମସ୍ୟାରେ ଅବଗତ ଥାଇ ମଧ୍ୟ କାହିଁକି ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରି ନାହାନ୍ତି ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ । ସେହିପରି ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରି ଜୀବନରେ ସମସ୍ତେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିବା ଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳ ବିଭାଗ ଅଧିନରେ ଥିବା ବିଦ୍ୟାଳୟଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଅନେକ ସୁବିଧାସୁଯୋଗ ଯୋଗାଇ ଦେଇଥିବାରୁ ଏହାର ଫାଇଦା ଉଠାଇ କଠିନ ପରିଶ୍ରମ କରି ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇ ଭବିଷ୍ୟତରେ ସଫଳ ହେବା ପାଇଁ ଦିଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery


ଶେଷରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ତାଙ୍କ ମନ୍ତ୍ରୀ ସମୟରେ ସେ ପେନିକଣା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ଦୁଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ସେ କରି ପାରି ନ ଥିବାରୁ ବର୍ତମାନ ଶ୍ରୀ ସାରକା ଏହି ପ୍ରସ୍ତାବକୁ ଗ୍ରହଣ କରି ଯଥାଶୀଘ୍ର ଉଚ୍ଚ ବିଦ୍ୟାଳୟରେ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ ଗ୍ରାମବାସୀମାନେ ମଧ୍ୟ ନିଜ ନିଜ ସମସ୍ୟାର ସମାଧାନ ଦିଗରେ ଦାବିପତ୍ର ପ୍ରଦାନ କରିଥିଲେ ।


ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା, ରାୟଗଡା ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝି, ଚନ୍ଦ୍ରକାନ୍ତ ସାମଲ, ଅମ୍ବିକା ବିଡିକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.