ବିଶ୍ୱ ଚାମ୍ପିୟନ ହେବା ସହ ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କଲେ ଭାରତୀୟ ଶୁଟର୍ ରୁଦ୍ରାଂଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇଜିପ୍ଟର କାହିରାରେ ଅନୁଷ୍ଠିତ ଶୁଟିଂ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ଶୁଟର ରୁଦ୍ରାଂଶ ପାଟିଲ ୧୦ମିଟର ଏୟାର ରାଇଫଲ ଇଭେଂଟରେ ଚାମ୍ପିୟନ ହୋଇଛନ୍ତି । ଅଭିନବ ବିନ୍ଦ୍ରାଙ୍କ ପରେ ସେ ଏହି ବିଭାଗରେ ଭାରତର ଦ୍ୱିତୀୟ ଶୁଟର ଭାବେ କୀର୍ତିମାନ ସ୍ଥାପନ କରିଛନ୍ତି । ଏଥିସହ ରୁଦ୍ରାଂଶ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ କୋଟା ହାସଲ କରିଛନ୍ତି । ଫାଇନାଲରେ ସେ ଇଟାଲୀର ଡେନିସ ସୋଲାଜୋଙ୍କୁ ୧୭-୧୩ରେ ପରାସ୍ତ କରିଥିଲେ । ପ୍ରଥମରୁ ପଛୁଆ ରହିଥିବା ରୁଦ୍ରାଂଶୁ ଶେଷ ଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ବର୍ଷ ବିଶ୍ୱ ଚାମ୍ପିୟନଶିପରେ ଅଲିମ୍ପିକ୍ସ ପାଇଁ ୪ କୋଟା ରହିଛି । ନିକଟରେ କ୍ରୋଏସିଆରେ ଅନୁଷ୍ଠିତ ଶଟଗନ ବିଶ୍ୱ ଚାମ୍ପିୟନଶିପରେ ଭୌନୀଶ ମେନ୍ଦେରିତା ଅଲିମ୍ପିକ୍ସ କୋଟା ହାସଲ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.