ତଲା ଗାଁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ତଲାଗାଁ ଠାରେ ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଏ ଅଞ୍ଚଳର ଲୋକ ମାନଙ୍କ କହିବା ଅନୁସାରେ କେଉଁ ଏକ ଆବାହମାନ କାଳରୁ ବାଆଦୀ ଠାକୁରଙ୍କ ଯାତ୍ରା ପାଳିତ ହୋଇଆସୁଛି । ରବିବାର ପୂର୍ବାହ୍ନ ୧୦ଟା ରେ ବଡପୋଡାଗୁଡା ଗ୍ରାମ ପୁଝାରୀଙ୍କ ଘରୁ ବାଆଦୀ ଠାକୁରଙ୍କ ଲାଠି ସର୍ଗିଗୁଡା ମନ୍ଦିର ଅଭିମୁଖେ ବିଜେ ହେଇଥିଲା । ପରେ ସେଠାରେ ପୂଜାର୍ଚ୍ଚନା କରାଯିବା ସହିତ ବାଆଦୀ ଠାକୁରଙ୍କ ଲାଠି କାଲିସୀ ତଳାଗାଁ ଅଭିମୁଖେ ବାହାରି ତଲାଗାଁ ପୀଠକୁ ପହଞ୍ଚିଥିଲା । ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଆଦୀ ଠାକୁର ପାଖରେ ନଡିଆ, କୁକୁଡା ଓ ବୋଦା ବଳୀ ଦିଆଯାଇଥିଲା । ଶତାଧିକ ମାନସିକଧାରୀ ଭକ୍ତ ମାନେ ବାଆଦୀ ଠାକୁରଙ୍କ ଠାରେ ବୋଦା ବଳି ଦେଇ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଥିଲେ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ଉତ୍ସବ ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ବିଜେପି ନେତା ସୁଧିର ପାଟ୍ଟଯୋଷୀ, ବଡପୋଡାଗୁଡା ସରପଞ୍ଚ ଯମୁନା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘୁମୁରା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର କଦଳୀମୁଣ୍ଡା, ଦ୍ବିତୀୟ ପୁରସ୍କାର ଅଁତର୍ଲା ଓ ତୃତୀୟ ପୁରସ୍କାର କାଶିବାହାଲ ଘୁମୁରା ଦଳ ପୁରସ୍କାର ପାଇଥିଲେ । ଚଳିତ ବର୍ଷ ଦଶରା ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସମ୍ପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଧନବଲ ମାଝି, ସଦସ୍ୟ ଜଗଦୀଶ ନାଏକ, ଗୋବର୍ଦ୍ଧନ ନାଏକ, ହରିଶ୍ଚନ୍ଦ୍ର ନାଏକ, ଭଜମନ ନାଏକ, ଗରୁଡ଼ ଦଳପତି, ଲାଲ ସିଂ ବାଗ, ଶିବ ମାଝି ପ୍ରମୂଖ ଦାୟୀତ୍ବ ତୁଳାଇଥିଲେ । ଯୋଗେଶ୍ଵର ପୁଝାରୀ, ଶିରା ସପୁର ସିଂ ନାଗ, ଚନ୍ଦ୍ର ଭାଟି, ଜାମୁ ନାଗ ସମେତ ଗ୍ରାମବାସୀଙ୍କ ମିଳିତରେ ବାଆଦୀ ଠାକୁରଙ୍କ ପୂଜା କରାଯାଇଥିଲା । ମଞ୍ଚକୁ ଗଜିନ୍ଦ୍ର ନାଗ, ଶରତ ନାଏକ ଓ ଲିଙ୍ଗରାଜ ରାଠୋଡ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.