ବିଶ୍ବ ଦାରିଦ୍ର୍ୟ ସୂଚକାଙ୍କ: ୧୫ ବର୍ଷରେ ୪୧.୫ କୋଟି ଭାରତୀୟ ଦାରିଦ୍ର୍ଯରୁ ବାହାରିଛନ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ବଡ଼ ସଫଳତା । ବିଶ୍ବ ଦାରିଦ୍ର୍ୟ ସୂଚକାଙ୍କ ୨୦୨୨ ଅନୁଯାୟୀ, ୨୦୦୫-୦୬ ରୁ ୨୦୧୯-୨୧ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଏହା ଏକ ‘ଐତିହାସିକ ପରିବର୍ତ୍ତନ’। ତଥାପି, ଗରିବଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ସତ୍ତ୍ୱେ ଭାରତରେ ବିଶ୍ୱରେ ସର୍ବାଧିକ ଗରିବ ଲୋକ ଅଛନ୍ତି। ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ ଉଦ୍ୟମ ଦ୍ବାରା ସୋମବାର ପ୍ରକାଶିତ ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ଦାରିଦ୍ର ଦୂରୀକରଣ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ, ୨୦୦୫-୦୬ ରୁ ୨୦୧୯-୨୧ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଆସିଛନ୍ତି।

Omkar Vasthu
Omkar Vasthu

ଏହି ସଫଳତାକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଇଛି। ଯଦି ଏହିପରି ଜାରି ରୁହେ ୨୦୩୦ ସୁଦ୍ଧା ଗରିବଙ୍କ ସଂଖ୍ୟା ପାଖାପାଖି ଦୁଇଗୁଣା କମିଯିବ। ମିଳିତ ଜାତିସଂଘ କହିଛି ଯେ ଭାରତରେ ଏହି ୧୫ ବର୍ଷ ମଧ୍ୟରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର୍ୟର କବଳରୁ ବାହାରି ଆସିଛନ୍ତି। ସେହିପରି ୨୦୨୦ ମସିହାରେ ଭାରତର ଜନସଂଖ୍ୟା ଅନୁଯାୟୀ ୨୨.୮୯ କୋଟି ଗରିବଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ଥିଲା। ୯.୬୭ କୋଟି ଗରିବଙ୍କ ସହ ଭାରତ ପରେ ନାଇଜେରିଆ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ୨୦୧୯-୨୧ ମସିହାରେ ଭାରତରେ ୯.୭ କୋଟି ପିଲା ଦାରିଦ୍ର୍ୟର ଶିକାର ହୋଇଥିଲେ । ଯାହାକି ଅନ୍ୟ ଦେଶରେ ଉପସ୍ଥିତ ଥିବା ଗରିବଙ୍କ ସଂଖ୍ୟାଠାରୁ ଅଧିକ। ନିକଟରେ ବିଶ୍ବ କ୍ଷୁଦ୍ଧା ସୂଚକାଙ୍କ ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତର ସ୍ଥାନ ୧୨୧ ଦେଶ ମଧ୍ୟରୁ ୧୦୭ ଥିଲା। ଭାରତ ଉପରେ ପାକିସ୍ତାନ, ଶ୍ରୀଲଙ୍କା ଭଳି ଆର୍ଥିକ ଦୁଃସ୍ଥିତିରେ ଥିବା ଦେଶ ଥିଲା। ଭାରତ ସରକାର ଏପରି ରିପୋର୍ଟ କେବଳ ଭାରତର ଛବି ଖରାପ କରିବାକୁ ପ୍ରତିବର୍ଷ ପ୍ରସ୍ତୁତ ହେଉଛି ବୋଲି କହି ଖାରଜ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.