ଓଡ଼ିଆ ବାର୍ତ୍ତା/ ଆଲାରାମ ଭାତ୍ରା: ରାୟଗଡ଼ା ସ୍ଥିତ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଜିଲ୍ଲା କାର୍ଯ୍ୟାଳୟ ଠାରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ ୨.୦ ଶୁଭାରମ୍ଭ ହୋଇଯାଇଛି । ପ୍ରଥମେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ରାୟଗଡ଼ା ପରିସରକୁ ସଫା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ ପଥରେ ସୁସଜ୍ଜିତ ମାଟିକୁଣ୍ଡ ଗୁଡ଼ିକରେ ଫୁଲଗଛ ଲଗା ଯାଇଥିଲା । ଏହାପରେ କାର୍ଯ୍ୟାଳୟରେ ବହୁଦିନ ଧରି ଅଦରକାରୀ ଭାବେ ପଡି ରହିଥିବା ଦସ୍ତାବିଜ ଗୁଡିକୁ ବାହାର କରି ବ୍ୟବସ୍ଥିତ ଭାବରେ ରଖାଯାଇଥିଲା । ସହାୟକ ଭବିଷ୍ୟନିଧି ଆୟୁକ୍ତ ସଞ୍ଜୟ କୁମାର ରଥଙ୍କ ମାର୍ଗଦର୍ଶନରେ ପ୍ରବର୍ତ୍ତନ ଅଧିକାରୀ ଧିରେନ୍ଦ୍ର କୁମାର ଦଳେଇ ଉକ୍ତ କାର୍ଯ୍ୟକ୍ରମର ତତ୍ବାବଧାନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଉକ୍ତ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଆଗାମୀ ଦିନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ରାୟଗଡ଼ା ଲୋକଙ୍କ ନିକଟତର ହୋଇ ପାରଦର୍ଶିତା ସହ ଉତ୍କୃଷ୍ଟ ସେବା ଯୋଗାଇଦେବ ବୋଲି ଅନୁଭାଗ ପର୍ଯ୍ୟବେକ୍ଷକ ମନୋରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି ।