ସତନାମ ସାଂସ୍କୃତିକ ଅନୁଷ୍ଠାନର ସଧାରଣ ସଭା ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା(ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଲା ଗ୍ରାମ ଠାରେ ଶ୍ରୀ ସତନାମ ସାଂସ୍କୃତିକ ଯୁବ ଅନୁଷ୍ଠାନ ପକ୍ଷରୁ ଗୋବିନ୍ଦ ସତାନାମୀଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଓ ବିଭିନ୍ନ ପ୍ରକାର କଲା ସାଂସ୍କୃତିକୁ କିପରି ଲୋକ ଲୋଚନକୁ ଆଣିପାରିବା, ସଂଗଠନର ବିକାଶ ତଥା ଭାଇଚାରା ସହିତ ଏକତ୍ରିତ ହୋଇ ସଂଗଠନକୁ ମଜଭୁତ କରିବା ଏହି ସଭାର ଉଦେଶ୍ୟ ଥିଲା । ପରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା । ସଂଗଠନର ନୂତନ ସଭାପତି ଭାବେ ଚକ୍ରଧର ବେଶ୍ରା ଏବଂ ସମ୍ପାଦକ ଭାବରେ ସୁଶୀଲ ସତନାମୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସଂଗଠନର ଦିଗ ଦର୍ଶକ ତଥା ଉପଦେଷ୍ଟା କମିଟିରେ ଗୋବିନ୍ଦ ସତନାମୀ, ଝସକେତନ ସରାବୁ, ଉଦ୍ଧବ ସତନାମୀ, କଲ୍ପେଶ୍ୱର ସତନାମୀ, ଆଲୋକ ରଞ୍ଜନ ସତନାମୀ, ରାମେଶ୍ୱର ସତନାମୀ, ପ୍ରେମଲାଲ ସତନାମୀ, ଶ୍ରୀ କାନ୍ତ ସତନାମୀ, ଦଇତାରୀ ସତନାମୀ, ଲକ୍ଷ୍ମଣ ସତନାମୀ, ଅଶ୍ୱିନୀ ସତନାମୀ ଏବଂ ଟଙ୍କଧର ମେହେରଙ୍କ ସମେତ ଏଭଳି ୧୨ଜଣଙ୍କୁ ସମସ୍ତଙ୍କ ସହମତିରେ ଉପଦେଷ୍ଟା ପାଇଁ ଚୟନ କରାଯାଇଥିଲା । ପରେ ସମସ୍ତେ ସଂଗଠନ ପ୍ରତି ନିଜ ନିଜ ମତ ପରିପ୍ରକାଶ କରିଥିଲେ । ଅଶ୍ୱିନୀ ସତନାମୀ ସଭା ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ସତନାମୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.