କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ସ୍କୁଲ ଠାରେ ମଦନପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ସ୍ନିଗ୍ଧା ରଣା, ଡମ କର୍ଲାଖୁଣ୍ଟା ସ୍କୁଲର ସଭାପତି ସତ୍ୟବାଦୀ ପୁଟା, ସିଆରସିସି ସନ୍ତୋଷ ସାହୁ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ଓ ପ୍ରତିଭାର ବିକାଶ ନିତ୍ୟlନ୍ତ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ମଦନପୁରର ରମେଶ ସାହୁ, ମମତା ସୁନା, ସଦାନନ୍ଦ ଦେହୁରୀ, ଡମ କର୍ଲାଖୁଣ୍ଟାର ଲବ ରଣା, ରାଜୀବ ପୁଝରୀ, ଫଟାମୁଣ୍ଡାର ଗାଜିନ୍ଦ୍ର ପାତ୍ର, ଲୋଚନ ପାତ୍ର, କାନ୍ଦେଗାଁର ସୁଧୀର ସେନାପତି, ବିରଞ୍ଚି ବିଶ୍ୱାଳ, ଡ଼ୁମେରଗୁଡାର ବିଜୟ ସାହୁ, ବିଷ୍ଣୁ ପାତ୍ର, ଦୁଲେନର ପୂର୍ଣଚନ୍ଦ୍ର ଘଡେଇ, ପୁରସ୍ତମ ତାଣ୍ଡି, ବୋରଭଟାର ଦୁଆରୁସିଂ ମାଝୀ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥଲେ । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଆଜି କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନେ ଯୋଗ ଦେବେ ବୋଲି ମଦନପୁର ସିଆରସି ସନ୍ତୋଷ ସାହୁ ସୂଚନା ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.