ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଜୋନ-୧ରେ କେନ୍ଦୁପାଟି ଗ୍ରାମପଞ୍ଚାୟତର ଛପଟଖଣ୍ଡା ଠାରୁ ଆରମ୍ଭ କରି ସେଁପୁର, ମାଟିଆ ଗ୍ରାମପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଶତାଧିକ ବିଜେଡି କର୍ମୀ ଏହି ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ତୃଣମୂଳ ସ୍ଥରରେ ଜନସାଧାରଣଙ୍କ ପାଖକୁ ବିକାଶର ବାର୍ତ୍ତା ପହଞ୍ଚାଇଥିଲେ । ଏହି ପଦଯାତ୍ରାର ଶେଷରେ ମାଟିଆ ଗ୍ରାମପଞ୍ଚାୟତର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟବକ୍ତା ଭାବରେ ଡ଼. ଭବାନୀ ଶଙ୍କର ନିଆଲ ରାଜ୍ୟ ପରିଷଦ ସଦସ୍ୟ ଏବଂ ମହିଳା ସଭାନେତ୍ରୀ ଲଳିତା ନାଏକ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ଜିତେନ୍ଦ୍ର ମହାନ୍ତି, ଯୁବ ସଭାପତି ଆଦିତ୍ୟ ନନ୍ଦ, ସଚ୍ଚିଦାନନ୍ଦ ମହାକୁଡ଼, ଚକ୍ରଧର ସେଠୀ, ସୁରେଶ ମହାନନ୍ଦ, ମଧୁସୂଦନ ନାଗ, ସେନାପତି ନାଏକ, ସାମନ୍ତ ଖମାରି, ମଣ୍ଟୁ ନାଏକ, ବଦ୍ରି ପଟ୍ଟନାୟକ, ବିଜେଡିର ବରିଷ୍ଠ ନେତା ତରୁ ଜାନୀ, ବିକ୍ରମ ଯୁଆଡ, ମାୟା ମାଝୀ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ରାଜେଶ ପ୍ରସାଦ ସାହୁ, ପ୍ରଦୀପ ଭୋଇ, ସୁଶୀଲ ସାହୁ ଆଦି ଯୋଗଦାନ କରିବା ସହିତ ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ସରପଞ୍ଚ, ସମିତି ସଭ୍ୟ ତଥା ଦଳୀୟ କର୍ମୀ, କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।