ରୁପ୍ରାରୋଡରେ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ରାମ ଚରିତ ମାନସ କଥାମୃତ 

ଦ୍ବିତୀୟ ଦିବସରେ ପରିବେଷିତ ହେଲା ଶ୍ରୀରାମ ଜନ୍ମକଥା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ରାମ ଚରିତ ମାନସ କଥାମୃତର ଆଜି ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମକଥା ପ୍ରବଚନ ମାଧ୍ୟମରେ ଶୁଣାଇଛନ୍ତି ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜ । ପରମ ପବିତ୍ର ରାମ କଥା ଶୁଣି ତଲ୍ଲୀନ ହୋଇ ଉଠୁଛନ୍ତି ଭକ୍ତ ମଣ୍ଡଳୀ । କଥାବାଚକ ଆଶିର୍ବାଦଜୀ ମହାରାଜ ବିଭିନ୍ନ ଶ୍ଲୋକ, ଭଜନ ଜଣାଣ ସହ ବିଭିନ୍ନ ପୈ।ରାଣିକ ପ୍ରସଙ୍ଗ ମାଧ୍ଯମରେ ଅତି ସୁନ୍ଦର ଭାବରେ ପ୍ରବଚନ ପ୍ରଦାନ କରୁଛନ୍ତି । ଆଜି ଭଗବାନ ଶ୍ରୀରାମଙ୍କ ଜନ୍ମ ପ୍ରସଙ୍ଗ ଅବତରଣ ହେବା ସମୟରେ ଉପସ୍ଥିତ ଭକ୍ତ ମଣ୍ଡଳୀ ଓ ମା’ମାନେ ହରି ଭକ୍ତିରେ ମଜ୍ଜି ଯାଇଥିଲେ । ଏକ ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଣା ପଡୁଥିଲା କିଛି ସମୟ ପାଇଁ ସତେ ଅବା ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଅଯୋଧ୍ୟା ପାଲଟି ଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଏହି ମାଟିରେ ଜନ୍ମ ହୋଇଛନ୍ତି । ତ୍ରେତୟା ଯୁଗର ସେହି ଅପୂର୍ବ ଚରିତ ଅତି ସୁନ୍ଦର ଭାବେ ପରିବେଷଣ କରି ସମସ୍ତଙ୍କୁ ଭକ୍ତି ରଶରେ ପ୍ଲାବିତ କରୁଛନ୍ତି ଆଶିର୍ବାଦଜୀ ମହାରାଜ । ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ପ୍ରବଚନ ଶୁଣିବା ପାଇଁ ରୁପ୍ରାରୋଡ ସମେତ ବଲବସପୁର, ବୁଢିପଦର, ଅର୍ଜୁନ ଗାଁ, ଚିଆଁପଦର, ସରିଆଁ, ଦେଣ୍ଡୋଗୁଡା, ରାକ୍ସି, ଗୋଖରା, ଫତକାବାହିଲି, ବରଗାଁ, ଲାଖପଦର, ଲାଖଗୁଡା, ଦେଣ୍ଡୋରୋବାହାଲି, ମାଣ୍ଡେଲ, ଅସୁରଗଡ, ବିଲାଟ, ଦହଲ, ନର୍ଲା, ଭିମକେଲା ଆଦି ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ । ଗତକାଲି ଆଶିର୍ବାଦଜୀ ମହାରାଜା ଶ୍ରୀରାମ ଚରିତ ମାନସ ପାରାୟଣର ଶିବ ପାର୍ବତୀ ସମ୍ବାଦ ପରିବେଷଣ କରିଥିବାବେଳେ ଆଜି ଶ୍ରୀରାମ ଜନ୍ମୋତ୍ସବ ଏବଂ ଶନିବାର ଦିନ ଶ୍ରୀରାମ ଜାନକୀ ବିବାହ ପ୍ରସଙ୍ଗ ଶୁଣାଇବେ ବୋଲି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ନଭେମ୍ବର ୩ ତାରିଖରୁ ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀରାମ ଚରିତ ମାନସ କଥାମୃତ ଆରମ୍ଭ ହୋଇଥିବା ବେଳେ ଏହା ୯ ତାରିଖ ପର୍ଯ୍ୟନ୍ତ ପ୍ରତହ୍ୟ ଅପରାହ୍ନ ୪ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.