୧୩ରେ ଯାଦବ ମହାସଭା ପକ୍ଷରୁ ହେବାକୁ ଥିବା ବିଶାଳ ରକ୍ତଦାନ ଶିବିରର ସଫଳତା ନେଇ ଖରିପଡ଼ିଆ ଯାଦବ ସଂଘର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା ଯାଦବ ମହାସଭା ତରଫରୁ ଆସନ୍ତା ୧୩ ନଭେମ୍ବର ଦିନ ଯଶୋଦା ଗାର୍ଡେନ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିର ବାବଦରେ ୪୨ ମୌଜା ସ୍ଥିତ ଖରିପଡିଆ ଠାରେ ଖରିପଡ଼ିଆ ଯାଦବ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ କଟକ ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରା, ମିଡିଆ ସଂଯୋଜକ ପ୍ରିତିରଞ୍ଜନ ଯାଦବ ଓ କଟକ ସଦର ଯାଦବ ମହାସଭା ସମ୍ପାଦକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ ବେହେରା ଯାଦବ ସଂଘ କର୍ମକର୍ତ୍ତାଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ୧୩ ନଭେମ୍ବର ଦିନ ଅନୁଷ୍ଠିତ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରାଇବା ପାଇଁ ଉପସ୍ଥିତ ଖରିପଡ଼ିଆ ଯାଦବ ସଂଘ କର୍ମକର୍ତ୍ତା ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ । ବୈଠକର କାର୍ଯ୍ୟକ୍ରମରେ ପ୍ରଶାନ୍ତ ପଲେଇ, ଯଶୋବନ୍ତ ପଲେଇ, ସୁକାନ୍ତ ପଲେଇ, କିଶୋର ପଲେଇ, ପ୍ରତାପ ପଲେଇ, ପ୍ରଣବ ପଲେଇ, ବୁବୁନ ବେହେରା, ପ୍ରଭାତ ପଲେଇ, ଅଜୟ ବେହେରା, ଛବିନ୍ଦ୍ର ବେହେରା, ଟୁଲୁ ପଲେଇ, ବାପୁଜୀ ପଲେଇ, ଆଶୁତୋଷ ପଲେଇ, ସତ୍ୟବ୍ରତ ପଲେଇ ଓ ତ୍ରିଲୋଚନ ପଲେଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.