ମ. ରାମପୁର ବ୍ଲକରେ ସମ୍ପ୍ରସାରିତ ହେବ ଡ୍ରାଗନ୍ ଫଳଚାଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି  ଜିଲ୍ଲାରେ ଡ୍ରାଗନ୍ ଫଳ ଚାଷ କରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବା ବାଙ୍କେଲ ଗ୍ରାମର ଚାଷୀ  ବୈଷ୍ଣବ ସାହୁଙ୍କୁ ମିଳିଛି ନୂତନ ଯୋଜନା । ନିଜ ଅଞ୍ଚଳରେ ଆଉ ୧୦୦ ଜଣ ଚାଷୀଙ୍କୁ ନିଜ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ମିଳିବ ସୁଯୋଗ । ନାବାର୍ଡର ମୁଖ୍ୟ ମହା ପ୍ରବନ୍ଧକ  ସି. ଉଦୟ ଭାସ୍କର ଚାଷୀ ବୈଷ୍ଣବଙ୍କ କୃଷି କ୍ଷେତ୍ର ପରିଦର୍ଶନ କରି ଏହି ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ  ଏଫ୍.ପି.ଓ ଯୋଜନାରେ ସାମିଲ ହେବ ଏହି ଚାଷ ଓ ସମସ୍ତ ଆଧୁନିକ  ବୈଷୟିକ ଜ୍ଞାନ କୌଶଳ  ନାବାର୍ଡ,  ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ଚାଷୀ ମାନଙ୍କୁ ପ୍ରଦାନ କରିବ । ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନାକୁ ମଧ୍ୟ ଚାଷୀ ମାନଙ୍କ ପାଖରେ ପହଞ୍ଚିବା ବ୍ୟବସ୍ଥା କରାଯିବ । ବ୍ଲକରେ ଗଠିତ ହେବାକୁ ଯାଉଥିବା ନୂତନ କୃଷି ଉତ୍ପାଦକ କମ୍ପାନୀରେ  ଅଗ୍ରଣୀ ଚାଷୀ ଭାବେ ସାମିଲ ହେବେ  ବୈଷ୍ଣବ ସାହୁ ।
ନିଜ ବ୍ୟକ୍ତିଗତ ଉଦ୍ୟମରେ ଆଧ୍ୟାତ୍ମିକ  ଜ୍ଞାନ ଆହରଣ ଅନ୍ୱେଷଣରେ ଦ୍ବାରିକା ଯାଇ ଡ୍ରାଗନ ଫଳ ଚାଷ ମାଧ୍ୟମରେ  ଚିରନ୍ତନ ରୋଜଗାରର ପନ୍ଥାକୁ ଆପଣାଇ ଥିବା ବୈଷ୍ଣବ ସାହୁଙ୍କ ଉଦ୍ୟମକୁ ନାବାର୍ଡ  ମୁଖ୍ୟ ମହା ପ୍ରବନ୍ଧକ  ସି. ଉଦୟ ଭାସ୍କର ପ୍ରଶଂସା କରିଥିଲେ । ୩୦ ଗୋଟି ଜିଲ୍ଲାରୁ ଆସିଥିବା ଡି.ଡି.ଏମ. ମାନଙ୍କୁ ଏହି ଅର୍ଥ ଉପାର୍ଜନକାରୀ ଚାଷକୁ ନିଜ ଜିଲ୍ଲାରେ ଚାଷୀ ମାନଙ୍କ ସହ ପ୍ରୋତ୍ସାହନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କେଲ୍ ଗ୍ରାମର ଅଗ୍ରଣୀ ଚାଷୀ ମାନଙ୍କ ସହ ନାବାର୍ଡର ୩୦ ଗୋଟି ଜିଲ୍ଲାରୁ ଆସିଥିବା ଡି.ଡି.ଏମ, ଜି.ଏମ,  ଏ.ଜି.ମଙ୍କ ସହ ମହାଶକ୍ତି ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ନିର୍ଦ୍ଦେଶକ  ମୋହନ ବଳିୟାର ସିଂ  ପ୍ରମୁଖ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.