କୁମାରସ୍ବାମୀ ମହୋତ୍ସବର ଦ୍ଵିତୀୟ ଦିବସ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅତୀତର ଆଟବିକ, ବିଦ୍ୟାଧର ରାଜ୍ୟ, ମହାକାନ୍ତାର, କାନ୍ତାର, ଇନ୍ଦ୍ରବନ, କାରୁଣ୍ଡ ମଣ୍ଡଳ ଆଦି ବିଭିନ୍ନ ନାମରେ ପରିଚିତ କଳାହାଣ୍ଡିର ସମୃଦ୍ଧ ଐତିହାସିକ ପୃଷ୍ଠଭୂମି ରହିଛି। ଏହି ସଭ୍ୟତା ସମୁହର ମୁକସାକ୍ଷୀ ଭାବେ ଦଣ୍ଡାୟମାନ ରହି ଦେବଗିରି ଆଜିବି ପ୍ରାଚୀନ କଳାହାଣ୍ଡିର ଗୈାରବ ଗାଥା ବଖାଣ କରେ। ଦେବଗିରିର ଗୈାରବଗାଥା ବ୍ୟାସଦେବଙ୍କ ରଚିତ ସଂସ୍କୃତ ମହାଭାରତ ସମେତ ଅନେକ ପୁରାଣ ଉପପୁରାଣର ପୃଷ୍ଠା ମଣ୍ଡନ କରିଛି। ଦେବଗିରି ମାଟିରେ ପ୍ରାଚୀନ କଳା ସଂସ୍କୃତି ଖୁନ୍ଦି ହୋଇ ରହିଛି ବୋଲି। ସମୃଦ୍ଧ ଆଟବିକ ରାଜ୍ୟର ପ୍ରାଚୀନ ଧାରା ଆଜିବି ଦେବଗିରିର କଳା ସଂସ୍କୃତିରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଦ୍ବିତୀୟ ସାନ୍ଧ୍ୟ ଅଧିବେଶନରେ ମତ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ୩୦ତମ ବାର୍ଷିକ ଉତ୍ସବ ସମାରୋହକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ବକ୍ତା ଭାବେ ନୂଆପଡ଼ା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି ଭାବେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଯୁବ ଉଦ୍ୟୋଗପତି ଧିରେନ୍ଦ୍ର ଖେତାନ ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ଆରମ୍ଭରେ ଅନୁଷ୍ଠାନର ଧ୍ୟେୟ ସଂଗୀତ ପରିବେଷିତ ହୋଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନନ୍ତ କୁମାର ପାଳ, ସ୍ନିଗ୍ଧାରାଣୀ ସିଂହ (ନିକ୍କି), ଲକ୍ଷ୍ମଣ ସ୍ୱାଇଁ, ଲିଙ୍ଗରାଜ ମିଶ୍ର, ନବୀନ କିଶୋର ସାହୁ ଓ ନିକୁଞ୍ଜ ଦତ୍ତାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଭାବେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ଶିକ୍ଷକ ଅମିତ କୁମାର ଜାଲ ଓ ଜିତେନ୍ଦ୍ର କୁମାର ବିଶ୍ବାଙ୍କୁ ଦେବଗିରି ଗୁରୁ ସମ୍ମାନ ଏବଂ ଯୁବ କଳାକାର ଓମପ୍ରକାଶ ମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସଦନ ପ୍ରଗଣିଆ ଓ ସାଥିଙ୍କ ସଂଚାର କଳା, ବଲାଙ୍ଗୀର ଜିଲ୍ଲା ମୁରିବାହାଲରର ପ୍ରେମଚାନ୍ଦ ତ୍ୟାଗି ଓ ସାଥିଙ୍କ ଖଞ୍ଜଣୀ ଭଜନ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ବନାବାଡି ଖେଳ, ରାକ୍ସିର ଘୁମୁରା, ସୁରପଦରର କଷ୍ଟ ଦାସଙ୍କ ଖଞ୍ଜଣୀ, ଅମରଜ୍ୟୋତି ସାଂସ୍କୃତିକ ଅନୁଷ୍ଠାନ କାଣ୍ଡେଲର ବଜାସାଲ ଏବଂ ମୁଶାପାଳିର ମହାନ ସାମାଜିକ ନାଟକ ଦର୍ଶକଙ୍କ ମନ ମୋହିଥିଲା।
ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, କ୍ରିଡା ସଂପାଦକ ଅନିଲ କୁମାର ଧଙ୍ଗଡ଼ାମାଝୀଙ୍କ ସମେତ ସଦସ୍ୟ ନରେଶ ଧଙ୍ଗଡାମାଝୀ, ତପନ ଜାଲ, ପ୍ରକାଶ ଧଙ୍ଗଡାମାଝୀ, ନେତ୍ରାନନ୍ଦ ବାରିକ, ତନୁରଞ୍ଜନ ଧଙ୍ଗଡାମାଝୀ, ବନବାସ ବାଗ, କୋକିଲ ପୋଢ, ଜଗ ଗହୀର, ବିଜୟଲକ୍ଷ୍ମୀ ଧଙ୍ଗଡାମାଝୀ, ଜଗଦମ୍ବା ଧଙ୍ଗଡାମାଝୀ, ଲବଣୀ ଧଙ୍ଗଡାମାଝୀ, କାର୍ତ୍ତିକ ବାଗ, ଋଷି ଗଉଡ, ସଂକିର୍ତ୍ତନ ବାଗ, ରମା ଗହୀର, ସରୋଜ ଭୋଇ ଓ ସମସ୍ତ ସଦସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ।