ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବିଡ଼ିଓଙ୍କ ନୂତନ ବାସଭବନ ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧକ୍ଷ୍ୟା କୁନି ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, କର୍ଲାମୁଣ୍ଡା ବିଡିଓ ସୁଶ୍ରୀ ସୂଚରିତା ମୁଗ୍ରି, ତହସିଲଦାର ମିଳନ କୁମାର ଝାଙ୍କର, କର୍ଲାମୁଣ୍ଡା ମିଡିଆ କ୍ଲବ ସଭାପତି କାହ୍ନୁଚରଣ ସାହୁ ପ୍ରମୁଖ ଯୋଗଦେଇ ବିଡିଓଙ୍କ ବାସସ୍ଥାନ ଗୃହ ଉଦଘାଟନ କରିଥିଲେ। ଗୃହ ପ୍ରବେଶ କରିବା ପାଇଁ ପୂଜକ ଭାଗିରଥି ଷଡଙ୍ଗୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।