ଇଟା ଭାଟି ଧସି ଦାଦନ ଶ୍ରମିକଙ୍କ ମୃତ୍ୟୁ, ଥମୁନି କୋକସରା ବ୍ଲକରେ ଦାଦନ ଦୁଃଖ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥମୁନି ଦାଦନ ମୃତ୍ୟୁ। ସୋମବାର ସକାଳୁ ଗମ୍ଭାରୀଗୁଡା ଗୁଡା ପଞ୍ଚାୟତ ସିର୍ଲି ଗୁଡାକୁ ଜଣେ ଦାଦନ ଶବ ହୋଇ ଫେରିଥିବା ବେଳେ ଆଜି (ମଙ୍ଗଳବାର) ଫେରିବ ଆଉ ଜଣେ ଦାଦନ ଶ୍ରମିକଙ୍କ ଶବ। ସୂଚନା ଅନୁସାରେ କୋକସରା ବ୍ଲକ ନେଗୀଗୁଡା ଗ୍ରାମର ବଳବନ୍ତ ସୁନାଙ୍କ ପୁଅ ସତ୍ୟ ସୁନା (୨୨) ଗତ ମାସେ ତଳେ ଶିକାନ୍ଦ୍ରାବାଦର ଗୋଟିଏ ଇଟା ଭାଟିରେ କାର୍ଯ୍ୟ କରିବାକୁ ଯାଇ ଇଟା ଭାଟି ଜଲୋଉଥିବା ସମୟରେ କୌଣସି କାରଣ ବଶତଃ ଭାଟିରୁ ନିଆଁ ଧସି ଯାଇ ସତ୍ୟଙ୍କ ଅଣ୍ଟା ତଳକୁ ଜଳି ଯାଇଥିଲା। ତୁରନ୍ତ ଶିକେନ୍ଦ୍ରାବାଦ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଗଲା ହେଲେ ଅଣ୍ଟା ତଳର ଅଙ୍ଗ ଗୁଡିକ ଅଧିକ ମାତ୍ରାରେ ଜଳି ଯାଇଥିବା ହେତୁ ସୁସ୍ଥ ହୋଇପାରିନଥିଲେ। ତାଙ୍କ ମୃତ୍ୟୁ ଖବର ପରିବାରକୁ ପହଞ୍ଚିବା ପରେ ଆଜି ପରିବାର ପକ୍ଷରୁ ଶିକେନ୍ଦ୍ରାବାଦକୁ ଶବ ଆଣିବାକୁ ଯାଇଥିବା ସୂଚନା ମିଳିଛି। ଘର ର ରୋଜଗାର କ୍ଷମ ପୁଅକୁ ହରେଇ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.