ବ୍ୟାଙ୍କ କୃଷି ଅଧିକାରୀଙ୍କ ମୃତ୍ୟୁ ମାମଲାରେ ୨ ଗିରଫ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ବଲାଙ୍ଗୀର ବାସିନ୍ଦା ତଥା ବରଗଡ ଜିଲ୍ଲା ରେ କାର୍ଯ୍ୟରତ ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଙ୍କ ମୃତ୍ୟୁ ଘଟଣାର ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ନ୍ୟୁଡ୍‌କଲ୍ ପାଇଁ ଦିବ୍ଯ ଆତ୍ମହତ୍ୟା କରିଥିବା କହିଛନ୍ତି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା । ନ୍ୟୁଡ୍ କଲ୍ କରି ବ୍ଲାକମେଲ୍ କରୁଥିଲେ ରାଜସ୍ଥାନର ଏକ ଗ୍ୟାଙ୍ଗ । ବ୍ଲାକମେଲ୍ କରି ୪୦ ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଥିଲେ । ମାନସିକ ଚାପଗ୍ରସ୍ତ ହୋଇ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ ବୋଲି କହିଛନ୍ତି ଏସପି ଶ୍ରୀ ପଣ୍ଡା । ଏସଂକ୍ରାନ୍ତରେ ରାଜସ୍ଥାନରୁ ୨ ଅଭିଯୁକ୍ତ ଆଦିଲ ଓ ମେହବୁବା ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ କହିଛନ୍ତି ଏସପି । ସୂଚନା ଯୋଗ୍ଯ ଯେ, ବ୍ୟାଙ୍କ କୃଷି ଅଧିକାରୀ ଦିବ୍ଯରଞ୍ଜନ ଗତ ଅଗଷ୍ଟ ମାସ ୧୨ ତାରିଖରେ ନିଖୋଜ ଥିଲେ ଏବଂ ୧୪ ତାରିଖରେ ସୋନପୁର ଜିଲ୍ଲାର ଜୁଲୁଣ୍ଡା ଠାରେ ଅଙ୍ଗ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁକୁ ନେଇ ଅନେକ ଘଟଣା ରହସ୍ୟ ଘେରକୁ ଆସିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାରବାର ଜଣାଯିବା ପରେ ସାଇବର ଜାଲିଆତି ବିଷୟ ବିଚାରକୁ ତଦନ୍ତ ଆରମ୍ଭ କରିଥିବା ପୋଲିସ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.