କୋକସରାରେ ମହାଲକ୍ଷ୍ମୀ ପୂଜା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ସଦର ମହକୁମା ଠାରେ ସୋମବାର ମହା ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପଦ୍ମ ପୋଖରୀରୁ କୋକସରା ଗ୍ରାମର ମହିଳା ମାନେ ପୂଜା ପାଇଁ ପାଣି ଆଣିବା ସହ ଶହର ପରିକ୍ରମା କରିଥିଲେ l ଉକ୍ତ ପୂଜାରେ ଲକ୍ଷ୍ମୀ ନାରାୟଣ ପ୍ରଧାନୀ ଓ ସହପତ୍ନୀ ପ୍ରତିମା ପ୍ରଧାନୀ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଛନ୍ତି l ସୋମବାର ଅଧିବାସ ହୋଇଥିବା ବେଳେ ମଙ୍ଗଳବାର ଓ ବୁଧବାର ପୂଜା ଅନୁଷ୍ଠିତ ହେବ l ଏହି ପୂଜା ପରିପେକ୍ଷେ ଆସନ୍ତା ସାତ ତାରିଖରେ ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାଏକଙ୍କ ଦ୍ୱାରା ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ଉକ୍ତ ପୂଜା କାର୍ଯ୍ୟକ୍ରମର ସଭାପତି ତ୍ରିଭୁବନ ପ୍ରଧାନୀ , ଉପ-ସଭାପତି ଲଳିତ ଶବର , ସମ୍ପାଦକ ଆକାଶ ପ୍ରଧାନୀ ସହ-ସମ୍ପାଦକ କ୍ଷୀରସିନ୍ଧୁ ନେଗୀ, ତୁଷାର ରଞ୍ଜନ ରାଉତ, କୋଷାଧକ୍ଷ ମୋକ୍ଷରାମ ପ୍ରଧାନୀ ଭାବେ କାର୍ଯ୍ୟ ତୁଲାଉଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.