ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ । ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି ଗୁଜରାଟ ପୁଲିସ । ମୋର୍ବୀ ବ୍ରିଜ୍ ଭୁଶୁଡ଼ିବା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ଅଭିଯୋଗରେ ସାକେତ ଗୋଖଲେଙ୍କୁ ଗିରଫ କରିଛି ପୋଲିସ । ଏନେଇ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କର ଅତି ନିକଟତର ସାକେତ୍ ଗୋଖ୍ଲେ ନିକଟରେ ମୋର୍ବୀ ପୋଲ ଭୁଶୁଡ଼ିବାକୁ ଏକ ‘କୁକୁ୍ଡ୍ ଅଫ୍’ ମାମଲା ବୋଲି କହି ବିବାଦ ଘେରକୁ ଆସିଯାଇଥିଲେ । ପରେ ତାଙ୍କ ବିରୋଧରେ ଅହମ୍ମଦାବାଦ୍ର ସାଇବର୍ ସେଲ୍ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ସୋମବାର ସାକେତ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ରାତି ୯ଟାରେ ବିମାନରେ ଯାତ୍ରା କରିଥିଲେ । ପୂର୍ବରୁ ବିମାନବନ୍ଦରରେ ଅପେକ୍ଷା କରିଥିବା ଗୁଜରାଟ ପୁଲିସ ତାଙ୍କୁ ଗିରଫ କରିଛି ।