ଦେବଗିରି ସେବା ସମ୍ମାନ ପାଇଲେ ସଜ୍ଜନ ଅଗ୍ରୱାଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସେବା ସମ୍ମାନ-୨୦୨୨’ ପ୍ରାପ୍ତ ହୋଇଛନ୍ତି ବିଶିଷ୍ଟ ବୈଦ୍ୟ ସଜ୍ଜନ ଅଗ୍ରୱାଲ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ  ଆୟୋଜିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି। ରୁପ୍ରାରୋଡ ନିବାସୀ ଶ୍ରୀ ଅଗ୍ରୱାଲ ଦୀର୍ଘ ୧୫ ବର୍ଷ ଧରି ମାଗଣାରେ ରୋଗୀମାନଙ୍କୁ ଚିକିତ୍ସା ସହ ଔଷଧ ପ୍ରଦାନ କରି ଆସୁଛନ୍ତି। ପ୍ରାଚୀନ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଅନୁସାରେ ସେ ସିକଲ୍ ସେଲ୍, କେନ୍ସର୍, କିଡନୀ, ଲିଭର୍, ଫିଟ୍ସ, ପେଟ ସମ୍ବନ୍ଧୀୟ ଅସାଧ୍ୟ ରୋଗ, ସ୍ନାୟବିକ ଦୁର୍ବଳତା ଆଦି ଅନେକ ରୋଗର ଚିକିତ୍ସା କରିଥାନ୍ତି। ତେବେ ଏଥିପାଇଁ  ସେ କେବେ ବି କୌଣସି ରୋଗୀଙ୍କଠାରୁ ଟଙ୍କାଟିଏ ମଧ୍ୟ ଗ୍ରହଣ କରିନଥାନ୍ତି। ଏହାସହ ସ୍ଵର୍ଗଦ୍ଵାର ସେବା ସଂଗଠନ ମାଧ୍ୟମରେ ସେ କରୋନାରେ ମୃତ ବ୍ୟକ୍ତିମାନଙ୍କ ଶବ ଦାହ କରି ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି  କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି  ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ବୈଦ୍ୟରାଜ ସଜ୍ଜନ ଅଗ୍ରୱାଲଙ୍କୁ ସମ୍ମାନୀତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.