ବୁଢ଼ୀପଦର ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଓ ମା’ ତାରିଣୀ ପୂଜା ସମ୍ପନ୍ନ

କଳାହାଣ୍ଡି,୧୪/୪: ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ୧୨ ତାରିଖ ଦିନ ଗ୍ରାମ ପୋଖରୀରୁ ଦେବୀଙ୍କ ପୂଜାସ୍ଥଳୀ ପର୍ଯ୍ୟନ୍ତ ବୀରବାଦ୍ୟର ତାଳେ ତାଳେ ଦୀର୍ଘ ପଥ ବ୍ୟାପି କଳସଯାତ୍ରା ପରେ ପୂଜାରମ୍ଭ ହୋଇଥିଲା। ଏଥିରେ ପୂଜକ ଭାବେ ଗଜେନ୍ଦ୍ର ମାଝୀ ଓ କାନ୍ତ ମାଝୀ, କର୍ତ୍ତା ଭାବେ ଦୂର୍ଯ୍ୟୋଧନ ଧଙ୍ଗଡାମାଝୀ ଓ ଛାୟା ଧଙ୍ଗଡାମାଝୀ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରବଳ ଝାଂଜି ଓ ଖରା ସତ୍ତ୍ୱେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଦିନ ତମାମ ଲାଗି ରହିଥିଲା। ରାତିରେ ପଶ୍ଚିମ ଓଡିଶାର ଲୋକକଳା ମହିଳା ଦଣ୍ଡନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏଥିରେ ପାଖାପାଖି ପାଞ୍ଚ ହଜାର ଲୋକଙ୍କ ଜନସମାଗମ ହୋଇଥିଲା। ଦୀର୍ଘ ଚଉଦ ବର୍ଷ ଧରି ଚାଲିଆସୁଥିବା ଏହି ପୂଜା ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ମା’ ତାରିଣୀଙ୍କ ପୁରାଣ ପଠନ, ହୋମ ଯଜ୍ଞ ସହ ପଣା ଓ ଅନ୍ନ ପ୍ରସାଦ ସେବନ ସାଙ୍ଗକୁ ତିନିଦିନଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମନମୁଗ୍ଧକର ପରିବେଷ ମଧ୍ୟରେ ଏହା ଆୟୋଜିତ ହୋଇ ଅଞ୍ଚଳରେ ଭକ୍ତିମୟ ପରିବେଷ ସୃଷ୍ଟି କରିବାସହ ଗାଁରେ ଭାଇଚାରାର ବନ୍ଧନକୁ ସୁଦୃଢ କରିପାରିଛି ବୋଲି ତାରିଣୀ ପୂଜା କମିଟି ସଭାପତି ଖିରାବ୍ଧି ମାଝୀ ଓ ସଂପାଦକ ତୁଲସି ଗଉଡ ମତପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.