କଳାହାଣ୍ଡି, : କଳାହାଣ୍ଡି ଜିଲ୍ଲାର ଏକ ସକ୍ରିୟ ସ୍ଵାତ୍ସାସେବୀ ସଙ୍ଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ( SOCIAL ACTIVIST OF KALAHANDI ) ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ର ସମସ୍ତ ସଂଗଠନକୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା । ସଭାର ମୂଖ୍ୟ ଉଦ୍ଧେଶ୍ୟ ଥିଲା ଭିକ୍ଷୁ ମୁକ୍ତ କଳାହାଣ୍ଡି । ସମସ୍ତ ଜିଲ୍ଲାରେ ଦୁଇଟି ଆଶ୍ରମ ପାଇଁ ପ୍ରସ୍ତାବ ହୋଇଥିଲା କିନ୍ତୁ ପ୍ରଥମେ ନିଜ ଅଞ୍ଚଳରେ ନିଜ ଜିଲ୍ଲାରେ ପ୍ରଥମେ ନଜର ଦେବା ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ । କେମିତି ଏହି ମିଶନ୍ କୁ ସଫଳ କରାଯିବ ସେନେଇ ସମସ୍ତ ସଂଗଠନ, ସମାଜସେବୀ ଓ ଯୁବକ ମାନଙ୍କ ସହଯୋଗ ଦରକାର ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇