ପାଟଖଣ୍ଡା, ଧରଣୀ, ଭୈରବୀ, ମଉଳି, ଗବଢେନ୍, ବହଲେନ, ଓ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଚୈତ୍ର ପର୍ବ

ଲାଞ୍ଜିଗଡ,୧୬/୪ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କିଡ଼ିଂ ଓ ଶିକେରକୁପା ଠାର ମହାସମାରୋହରେ ଚୈତ୍ର ପର୍ବ ପାଳିତ ହୋଇ ଯାଇଛି । ଗ୍ରାମ ଦେବାଦେବୀ ପାଟଖଣ୍ଡା, ଧରଣୀ ଦେବୀ, ଭୈରବୀ, ମଉଳି, ଗବଢେନ୍, ବହଲେନ, ଓ ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ପାରଂପରା ଅନୁକ୍ରମେ ପୂଜାର୍ଚ୍ଚନା କରିବାସହ ଚୈତ୍ର ଯାତ୍ରା ପାଳନ କରାଯାଇଥିଲା । ଦେବା ଦେବୀ ପୀଠରେ ନଡିଆ, ମୂଆଁ, ଚାହାର, ମହୁଲ, ଆମ୍ବ ଇତ୍ୟାଦି ଭୋଗ ଲାଗି କରାଯାଇଥିଲା । ମାନସିକ ଧାରି ମାନେ ପାରା, କୁକୁଡ଼ା, ଛେଳି ଆଦି ବଳି ପକାଇଥିଲେ ।

ଉକ୍ତ ଯାତ୍ରାରେ ଯାନୀ ଖଗେଶ୍ବର ମାଝୀ, ସିମାଞ୍ଚଳ ସଗରିଆ, ସତ୍ୟନାରାୟଣ ନାଗ, ମୋନାହର ବଗର୍ତ୍ତୀ, ବୈଳୋଚନ ମାଝୀ, ନିରଞ୍ଜନ ଛତ୍ରିଆ, ବିଶ୍ଵନାଥ ଶବର, ଚନା ଶବର, ସନ୍ତୋଷ ଛତ୍ରିଆ, ପାରେ ବଗର୍ତ୍ତୀ, ଫକିର ବଗର୍ତ୍ତୀ, ବିଶ୍ବମ୍ବର ଶବର, ରାମ ଗୌଡ଼, କମଳ ହରିଜନ, ଚିତ୍ର ଗହିର ଓ ସିକରକୁପା ରେ ଧନୁ ନାୟକ, ସିମାଞ୍ଚଲ ମହାକୁଡ, ସୁଶାନ୍ତ, ଯୋଗିନ୍ଦ୍ର, କୈଳାଶ, ଓ ଗ୍ରାମର ସମସ୍ତ ଜନସାଧରଣ ସହଯୋଗ କରିଥିଲେ ।

ଲାଞ୍ଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେସ) ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.