କଳାହାଣ୍ଡି କନ୍ଧ ସମାଜର ଯୁବ ସମାବେଶ

 

 

କଳାହାଣ୍ଡି,୨୨/୧୧:

Omkar Vasthu
Omkar Vasthu

ଏହି ମାଟିର ଭୂମିପୂତ୍ର ଆଦିବାସୀ କନ୍ଧ ମାନଙ୍କ ଏକ ସମୃଦ୍ଧ ସଂସ୍କୃତି ପରମ୍ପରା ରହିଛି । ସାରା ବିଶ୍ବର ପ୍ରାଚୀନ ଐତିହ୍ୟ ପରମ୍ପରା ମଧ୍ୟରେ ଅନ୍ୟତମ ଏହି ସଂସ୍କୃତି ର ସୁରକ୍ଷା ସହ କନ୍ଧାନ୍ ଭାଷା , ଶିକ୍ଷା , ଅର୍ଥନୈତିକ ପ୍ରଗତି ସହ ସରକାରୀ ଯୋଜନା , ଅଦାଲତ ଓ ସଂଗଠନ ଉପରେ ଗୁରୁତ୍ବାରୋପ କରି କଳାହାଣ୍ଡି କନ୍ଧ ସମାଜର ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଅସୁରଗଡ ବେସ୍କା ପ୍ରଗଣା ଅନ୍ତର୍ଗତ କୁସୁମପଡା ଠାରେ ଆୟୋଜିତ ଏହି ସମାବେଶରେ ଜିଲ୍ଲାର ୧୩ଟି ବ୍ଲକର ସମାଜ ପ୍ରେମୀ ସହ ପଡୋଷୀ ବଲାଙ୍ଗୀର ଜିଲ୍ଲାର କର୍ମକର୍ତା ମାନେ ଯୋଗଦେଇ ସମାଜର ବୃହତ୍ତର ସ୍ବାର୍ଥ ଉପରେ ଗୁରୁତ୍ବାରୋପ କରି ବିଭିନ୍ନ ଗୃପରେ ଭାଗହୋଇ ଉପରୋକ୍ତ ବିଭାଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । 

Pearl dental clinic
Near Ashish Medical Store, Bhawanipatna

ପ୍ରାରମ୍ଭରେ ଗ୍ରାମ୍ୟ ଦେବୀ ପିଠରେ ପୂଜାରେ ପୂଜାର୍ଚନା କରିବାସହ ପାରମ୍ପାରିକ ବାଦ୍ୟରେ ଗ୍ରାମ୍ୟ ପରିକ୍ରମା କରିଥିଲେ । ଏହି ବିଶାଳ ସମାବେଶରେ ବଲାଙ୍ଗୀର ଜିଲ୍ଲାରୁ ସମାଜ ସଂଗଠକ ସୁରେଶ ଭୋଇ , ଡି ଆଇ ପଧାନୀ ସମେତ କଳାହାଣ୍ଡି ଜିଲ୍ଲାର କିଶୋର ଚନ୍ଦ୍ର ଭୋଇ , ପରମାନନ୍ଦ ମାଝୀ , ରମେଶ ମାଝୀ ,

Udyog Nursery
Udyogi Nursery

ଏବିଇଓ ଧର୍ମଗଡ ଅରୁପାନନ୍ଦ ଭୋଇ , ଉଦ୍ୟାନ ବିଭାଗ ଅଧୀକାରୀ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ , ଟଙ୍କଧର ମାଝୀ , ପ୍ରଫୁଲ୍ଲ ଭୋଇ , କ୍ଷୀତିସ ମାଝୀ , ଅମର ସିଂ ମାଝୀ , ମିନିକେତନ ମାଝୀଙ୍କ ସମେତ ଶତାଧିକ ନେତୃ ମଣ୍ଡଳୀ ଭାଷା ଓ ସଂସ୍କୃତି ସୁରକ୍ଷା ଉପରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.