ଅସୁରଗଡ ବୀର କମଲ ମୈଦାନର ପ୍ରସ୍ତୁତି ବୈଠକ

ମଇ ୨୦ରେ ପାଳିତ ହେବ ୨୨ ତମ ଆଦିସ୍କନ୍ଦ ଏକତା ଦିବସ

କଳାହାଣ୍ଡି,୨୬/୪ : ଐତିହାସିକ ପୀଠ ଅସୁରଗଡ ବୀର କମଲ ମୈଦାନ ଠାରେ ମଇ ୨୦ ରେ ପାଳିତ ହେବାକୁ ଥିବା ୨୨ ତମ ଆଦିସ୍କନ୍ଦ ଏକତା ଦିବସର ପ୍ରସ୍ତୁତି ବୈଠକ ବୀର କମଲ ମୈଦାନର ନୂତନ ସଭାପତି ଦୂର୍ଯ୍ୟୋଧନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ବ୍ଲକର ୨୬ଟି ପଞ୍ଚାୟତର ସଭାପତି ଓ ୯ଟି ବ୍ଲକର ସଭାପତି ଯୋଗ ଦେଇଥିଇ ଆଲୋଚନାରେ ଅଂଶ ଗ୍ରହଣ କରିବାସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଆସନ୍ତୁ ଜାଣିବା ମଇ ୨୦ରେ କ’ଣ ରହିବ କାର୍ଯ୍ୟସୂଚୀ

ମଇ ୨୦ ସକାଳ ୭ ଘଣ୍ଟା : ନର୍ଲା ସ୍ଥିତ ବୁଢାରଜା ମନ୍ଦିରରେ ପାରଂପାରିକ ରିତି ନିତି ଅନୁସାରେ ପୂଜାର୍ଚ୍ଚନା । ସହର ପରିକ୍ରମା ।

ସକାଳ ୧୦ : ବୀର କମଳ ମୈଦାନ ପୀଠ ଠାରେ ପୂଜାର୍ଚନା ଓ ସଭା କାର୍ଯ୍ୟ ଆରମ୍ଭ ।

ସମ୍ବର୍ଧନା ପର୍ବ : ସାମାଜିକ ସ୍ଥରରେ ବିଶେଷ ଅବଦାନ ଥିବା ବ୍ୟକ୍ତି ଓ ପ୍ରତିଭା ମାନଙ୍କୁ ଅନ୍ବେଷଣ କରି ସମ୍ମାନିତ କରାଯିବ ।

ବୀର କମଳ ମୈଦାନର ନୂତନ ସଂପାଦକ ଲୋକନାଥ ଭୋଇ ଏ ସମନ୍ଧରେ ବିସୃତ ସୂଚନା ପ୍ରଦାନ କରିଥିବା ବେଳେ ଉପ ସଭାପତି ରାଜ ମାଝୀ କହିଛନ୍ତି କି ଏହି ସମାବେଶରେ କଳାହାଣ୍ଡି ସମେତ ପଡୋସୀ ବଲାଂଗିର, ବୌଦ, କନ୍ଧମାଳ, ନୂଆପଡା, ସୋନପୁର ଆଦି ଜିଲ୍ଲାରୁ ହଜାର ହଜାର ସଂଖ୍ୟକ ଜନ ସମାଗମ ହେବା ଦୃଷ୍ଟିରୁ ତଥା ପ୍ରଚଣ୍ତ ରୌଦ୍ର ତାପ ଯୋଗୁଁ ସମସ୍ତେ ନିଜ ସାଙ୍ଗରେ ଓଦା ଗାମୁଛା ଓ ପାଣି ବୋତଲ ଆଣିବା ପାଇଁ ନିବେଦନ କରାଯାଇଛି ।

ଉକ୍ତ ବୈଠକରେ ସହଯୋଗ କରିଥିଲେ ଯୁବ ସଂଗଠକ ଡମ୍ବରୁଧର ମାଝୀ, ମାଧବ ଭୋଇ, ଦେବରାଜ ମାଝୀ, ବିପ୍ର ଭୋଇ, ରତନ ଭୋଇ, କ୍ଷୀତିସ ଚନ୍ଦ୍ର ମାଝୀ, ଅମର ସିଂ ମାଝୀ, ଡୋଳାମଣି ମାଝୀ, ଚୌଧୁରୀ ମାଝୀ, ଅନନ୍ତ ରାମ ମାଝୀ ଓ ପ୍ରତାପ ମାଝୀ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.