ନବରଙ୍ଗପୁର,୨୬/୪ : ନବରଙ୍ଗପୁର ସହରର ଚାଉରିଆଗୁଡା ଠାରେ ଥିବା ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକବିଦ୍ୟାଲୟରେ ଏକ ଦିବସୀୟ କମ୍ୟୁନିକେଶନ ସ୍କିଲ ର ଏକ କର୍ମଶାଲା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଲାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ତହସିଲଦାର, ସମ୍ମାନୀତ ଅତିଥି ଭାବେ ପ୍ରକାଶ ମିଶ୍ର, କଲେଜର ଅଧ୍ୟକ୍ଷ ଅମିତ କୁମାର ମହାପାତ୍ର, ପରିଚାଲନା ଓ ନିର୍ଦ୍ଦେଶକ କୃଷ୍ଣ ପାତ୍ର କର୍ମଶାଲାରେ ଉପସ୍ଥିତ ଥିଲେ ।
ଲିଙ୍ଗରାଜ ପଧାନ ଓଏଭି କେଶରାଜପୁର ନୂଆପଡା ଇଂରାଜୀ ଶିକ୍ଷକ ଏଫେକ୍ଟିଭ, କମ୍ୟୁନିକେଶନ ସ୍କିଲ ଉପରେ ଉପସ୍ଥାପନା କରିଥିଲେ। ନବରଙ୍ଗପୁର ଇଂରାଜୀ ଅଧ୍ୟାପକ ଘାସିରାମ ବେହେରା,ରାଜ ଚାଉରିଆ ଉଚ୍ଚ ମାଧ୍ୟମିକ ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ ଡିଆଇଇଟି ର ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ମିଶ୍ର ବିଶେଷ ଭାବରେ ଉପସ୍ଥିତ ଥିଲେ।
ନବରଙ୍ଗପୁର ସହରରେ ପ୍ରଥମ ଥର ପାଇଁ କର୍ମଶାଲା ହୋଇଥିବାରୁ ଛାତ୍ର ଛାତ୍ରୀ ଅଧ୍ୟାପକ ଶିକ୍ଷକଙ୍କମଧ୍ୟରେ ଆଗ୍ରହ ଦେଖାଦେଇଥିଲା ଏହି କର୍ମଶାଲାକୁ କୋଡିଙ୍ଗା କଲେଜର ଇଂରାଜୀ ଅଧ୍ୟାପକ ପଞ୍ଚାନନ ଦୁରିଆ ପରିଚାଲନା କରିଥିବା ବେଲେ, କଲେଜର ଅଧ୍ୟକ୍ଷ ଅମିତ କୁମାର ମହାପାତ୍ର ପରିଚୟ ପ୍ରଦାନ କରିଥିଲେ।ପ୍ରତିଭା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ,କର୍ମଶାଲା କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ନବରଙ୍ଗପୁର – କଳାହାଣ୍ଡି ସ୍ବତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇