କେବେ ଖୋଳିବ କୃଷି ଅଧିକାରୀଣୀ ଦୁର୍ନୀତି ରାଣୀଙ୍କ ଗୁମର ପେଡ଼ି?

• କୃଷି ବିଭାଗରେ ଆତ୍ମା କେଳେଙ୍କାରୀ: ଫାର୍ମ ସ୍କୁଲ ନାମରେ କୃଷି ଅଧିକରିଣୀଙ୍କ ଟଙ୍କା ହଡପ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କୃଷି କାର୍ଯ୍ୟାଳୟ ରେ ଗତ ୨୦୧୯-୨୦ ରେ ଫାର୍ମ ସ୍କୁଲ ନାମରେ ଟଙ୍କା ହଡ଼ପ ହୋଇଥିବା ଆରଟିଆଇ ତଥ୍ୟରୁ ଜଣା ପଡ଼ିଛି । ଏଇଠି ବର୍ଷ ବର୍ଷ ଧରି ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନାର ଆସୁଥିବା ଟଙ୍କା କୁ ତତ୍କାଳୀନ ସହକାରୀ କୃଷି ଅଧିକରିଣୀ ହଡପ କରିଥିବା ଜଣାପଡିଛି । ନର୍ଲା ଚାଷୀଙ୍କ ପାଇଁ ଆସିଥିବା ସରକାରୀ ଅର୍ଥ କୁ ମଧ୍ୟ ଆତ୍ମସାତ କରାଯାଇଥିବା ସହ ବିଭିନ୍ନ କେଳେଙ୍କାରୀରେ ପୂର୍ବତନ କୃଷି ଅଧିକାରିଣୀଙ୍କ ସମ୍ପୃକ୍ତିକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ବେଳେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କରାଯାଇଥିବା ଆତ୍ମା ଯୋଜନା ରେ ମଧ୍ୟ ଦୁର୍ନୀତି ହୋଇଥିବା ଭଳି ଅନେକ ତଥ୍ୟ ଜାଣିବାକୁ ମିଳିଛି l ଫାର୍ମ ସ୍କୁଲ ନାଁ ରେ କରାଯାଇଛି ଚାଷୀଙ୍କ ଅର୍ଥ ହଡଫ l କାଗଜ ପତ୍ରରେ ଚାଷୀ ମାନଙ୍କୁ ୬ ଗୋଟି ଟ୍ରେନିଙ୍ଗ ଦିଆଯାଇଥିବା ଉଲ୍ଲେହ ରହିଥିବା ବେଳେ ଏଠି କିନ୍ତୁ ଚାଷୀଙ୍କୁ କେବଳ ଦୁଇ ରୁ ତିନି ଦିନ ଟ୍ରେନିଙ୍ଗ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି l ସୂଚନା ମୁତାବକ ଚାଷୀଙ୍କୁ ଗୋଟିଏ ଦିନର ଟ୍ରେନିଙ୍ଗ ଦେଇ ଗୋଟିଏ ଦିନରେ ହିଁ ସମସ୍ତ କାଗଜ ପତ୍ର ଦସ୍ତଖତ କରେଇ ନିଆଯାଇଛି l କେତେକ ଚାଷୀଙ୍କ ନାଁରେ ତ ଜାଲ ଦସ୍ତଖତ ମଧ୍ୟ କରାଯାଇଛି l ଜଣେ ବ୍ୟକ୍ତି ନାଁ କଡରେ କେଉଁଠି ଓଡ଼ିଆରେ ଦସ୍ତଖତ କରାଯାଇଛି ତ ଆଉ ଏକ କାଗଜରେ ଇଂରାଜୀରେ ଦସ୍ତଖତ କରାଯାଇଛି ତ ଆଉ କେତେକ ସ୍ଥାନରେ ହିନ୍ଦୀରେ ମଧ୍ୟ ଦସ୍ତଖତ ରହିଛି l ସେଥିପାଇଁ ତ ଏତେ ଦିନ ଧରି ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗି ଟଙ୍କା ପୈଠ କରି ସାରିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନଥିବା ଦେଖିବାକୁ ମିଳୁଛି l ପୂର୍ବତନ କୃଷି ଅଧିକାରିଣୀ ଙ୍କ ହାତ ଏତେ ଲମ୍ବା ରହିଛି ଯେ ତଥ୍ୟ ନ ଦେବା ପାଇଁ ସିଧା ସଳଖ ମନା କରିଦେଉଥିବା ସୂଚନା ମିଳୁଛି l ୨୦୧୯-୨୦ ରେ ବଡ ଧାରପୁର ଓ ବାଗପୁର ଗ୍ରାମ ପଂଚାୟତରେ ଏହି ଫାର୍ମ ସ୍କୁଲ ତାଲିମ ଅନୁଷ୍ଠିତ ହୋଇଥିବା ଆରଟିଆଇ ତଥ୍ୟରୁ ଜାଣିବାକୁ ମିଳିଛି । କାହା ସ୍ୱାର୍ଥ ନେଇ ଆତ୍ମା ତରଫରୁ ବିଭିନ୍ନ ଯୋଜନାରେ ରହିଛି କୃଷି ଭିତ୍ତିକ ତାଲିମ? ପ୍ରକୃତରେ ନର୍ଲା ଅଞ୍ଚଳର ଚାଷୀ ପାଉଛନ୍ତି କି ତାଲିମ ? କାହିଁକି ଗତ ତିନିବର୍ଷ ମଧ୍ୟରେ ନର୍ଲା ଚାଷୀଙ୍କୁ ପ୍ରତାରିତ କରାଯାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉନି କାହିଁକି ? ଅଭିଯୋଗ ଯାଇ ଭୁବନେଶ୍ୱର କୃଷି ଭବନ ର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ପାଖରେ ପହଞ୍ଚି ସାରିଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ । ଏଥିର ମୁଖ୍ୟ କାର୍ପଟଦାର ନର୍ଲା ର ତତ୍କାଳୀନ ସହକାରୀ କୃଷି ଅଧିକରିଣୀଙ୍କୁ ଏଥିପାଇଁ ବିଭାଗ ଦଣ୍ଡିତ କରୁନି କାହିଁକି ? ଏଭଳି ପ୍ରଶ୍ନ ନର୍ଲା ଅଞ୍ଚଳର ଚାଷୀମାନେ ଏଭଳି ଅନେକ ପ୍ରଶ୍ନ କରୁଥିବା ବେଳେ ବିଭାଗ କିନ୍ତୁ ଏହି ଦୁର୍ନୀତି ରାଣୀ ତତ୍କାଳୀନ ସହକାରୀ କୃଷି ଅଧିକରିଣୀଙ୍କୁ ଘଣ୍ଟ ଘୋଡାଉଥିବା ଜଣା ପଡ଼ିଛି ? ନର୍ଲା ଅଞ୍ଚଳର ଚାଷୀଙ୍କ ପ୍ରଶ୍ନ ବର୍ତ୍ତମାନ ଚକାପାଦରେ କାର୍ଯ୍ୟରତ ଏହି ଦୁର୍ନୀତିଖୋର ସହକାରୀ କୃଷି ଅଧିକରିଣୀ ଶିବାନୀ ପଧାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ??

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.