ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଓଡିଶା ଏକତ୍ରୀକରଣର ଆଦିପୀଠ ଖଲ୍ଲିକୋଟରେ ମରଦରାଜ ସାଂସ୍କୃତିକ ପରିଷଦ ମହାସମାରୋହରେ ପାଳନ କରାଯିବ ବୋଲି ପରିଷଦର ସମ୍ପାଦକ ସୁଧାଂଶୁ ଶେଖର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଉତ୍କଳ ଦିବସ ପାଲନ ଅବସର ରେ ପରିଷଦ ତରଫରୁ ଗ୍ରହଣ କରାଯାଇଥିବା କାଠଗଡ଼ା, ଖରିପଲ୍ଲୀ ସମେତ ପାଞ୍ଚଟି ପୋଷ୍ୟ ଗ୍ରାମର ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ସାଙ୍ଗକୁ ଉକ୍ତ ଗ୍ରାମ ଗୁଡିକର ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦିଆଯିବ ବୋଲି ଆଲୋଚନା ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଏନଏସି ଅଧକ୍ଷ ଇଂ.ନିରଞ୍ଜନ ବେହେରା ଓ ପରିଷଦର ଉପସଭାପତି ଇଂ ଅନିରୁଦ୍ଧ ସାହୁ, ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ, ଯୁବ କାଉନ୍ସିଲର ନାରାୟଣ ପାଢ଼ୀ, ସହସମ୍ପାଦକ ମହେଶ୍ୱର ବରଡ ଓ ପରିଚାଳନା ସମିତିର ସଭ୍ୟମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ।