ଅଗ୍ନି ଓଗାଲୁଛି ଗ୍ରୀଷ୍ମ
ଡହକବିକଳ କରି ଦିଏ
ଜୀବନକୁ
ବୈଶାଖର ଅସହିଷ୍ଣୁ
ଝାଞ୍ଜି ଖରା ତାତିରେ
ଜାଲିଦିଏ
ଆଉଁସି ନିଏ
ତତଲା ଚଟାଣର ଧୂଆଁରେ ।
ଉତପ୍ତ ଧରଣୀ
ଜଳି ଜଳି ଅସମ୍ଭାଲ ହେଲାଣି
କାଳେ ଜାଲି ପାଉଁଶ
କରି ଦେବ ନାହିଁ ତ
ଛାର ମଣିଷକୁ ।
ଅସ୍ତବ୍ୟସ୍ତ ଲାଗି ଯାଏ
ଜୀବନ ଯୌବନ
ସ୍ବେଦର ସାଗରେ
ବୁଡିଯାଏ
ସାରା ଶରୀର ।
ନିଶ୍ବାସ ନେବାକୁ ଭୟ ଲାଗେ ଏଠି
ତତଲା ବାୟୁ
ପୋଡି ଦବନି ତ
ଉଦର ଭିତରକୁ ।
କଂକ୍ରିଟ ରାସ୍ତା
ପାଲଟିଛି ନିଆଁ ଶାଲ
ପାଦ ଥୋଇବାକୁ ଡର
ତପତ ସମୀର ବହଇ
ତୀବ୍ର ବେଗରେ
ପିଟି ହୁଏ
କଂକାଳ ପିଠି ।
ଦୁଷ୍ମନ୍ତ ଗହିର
ଗ୍ରା/ପୋ-ଗମ୍ଭାରୀଗୁଡା
କୋକସରା,କଳାହାଣ୍ଡି
ମୋ :୯୬୬୮୨୩୨୦୬୬
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇