କବିତା : ନିଦାଘ ଆସିଲା

ନିଦାଘ ଆସିଲା ମହୁଲ ବାସିଲା
ହସିଲା କୁରେହି ଫୁଲ,
ମଲ୍ଲୀ,ହେନା,ଜୁଇ ଚହଟି ବାସିଲା
ଜଳଇ ପଲାଶ ଫୁଲ ॥

ବସନ୍ତକୁ ଦେଇ ବିଦାୟ ଆସିଛି
ଆମ୍ର,ଜାମୁ କୋଳି ଧରି
ତରଭୂଜ,ଲେମ୍ବୁ,ପଣସ ଆଣିଛି
ଆହୁରି ଆଖୁର ବାରି ॥

ସାଥିରେ ଆଣିଛି ପ୍ରଖର କିରଣ
ଶୋଷିବାକୁ ସୁଧା ନୀର,
ସେଇ ନୀର ପରା ସବୁରି ଜୀବନ
ଜାଣିଛି ଏଇ ସଂସାର ॥

ନିଜେ ପାଏ ସିନା କଷଣ ଅମାପ
ବିଶ୍ୱଜନ ହିତ ପାଇଁ,
ଜଳ ଟାଣି ନେଇ ସୃଜଇ ଜଳଦ
ହସାଇ ଦେବାକୁ ମହୀ ॥

ଆସ ଆସ ସର୍ବେ ହାତେ ହାତ ଦେଇ
ସୁ‐ସ୍ୱାଗତ କର ବାରେ,
ଦିଅ ଫୁଲମାଳ,ଦିଅ କରତାଳ
ପୂଜ୍ୟ ନିଦାଘ ପାଇଁରେ ॥

ନିଦାଘ ଭାଷଇ ଶୁଣ ନରନାରୀ
ଆଣିଛି ମୁଁ ଉପହାର,
ତରଭୁଜ ,ଆଖୁ ଆମ୍ର ଫଳ ଖାଇ
ଶରୀରେ ଯତନ କର ॥

ଓଦା ଗାମୁଛାକୁ ମଥା ପରେ ରଖ
ପିଇବ ପ୍ରଚୁର ଜଳ ,
ଛତା ଜୋତା ସଦା ସମୀପରେ ରଖ
ନୋହିଲେ ମୁଁ ହେବି କାଳ ॥

ଆମେ ନିଜେ ଚାଲ ସଚେତନ ହୋଇ
ଆନକୁ ଦେବା ବାରତା,
ନିଦାଘ ନୁହଇ କୃର କାହାପାଇଁ
ସେ ପରା ଜଗତ ଜିତା ॥

 

ପ୍ରେମଲତା ସାହୁ

ସହ ଶିକ୍ଷୟିତ୍ରୀ,କନ୍ଧମାଳ

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.