କୋଶଲା ମାଳୀ ସମାଜର ଜିଲ୍ଲା କମିଟି ପୁନଃଗଠନ

ପଟେଲ ସମାଜ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତରାପୁର ମହାଭାରତ ପଡ଼ିଆଠାରେ ରବିବାର କଳାହାଣ୍ଡି ଜିଲ୍ଲା କୋଶଲା ମାଳୀ (ପଟେଲ) ସମାଜର ଜିଲ୍ଲା କମିଟି ପୁନଃ ଗଠନ ହୋଇଛି। ଏହି ଅବସରରେ ସ୍ଥାନୀୟ ଶିବ ମନ୍ଦିରଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲେ। ମଞ୍ଚକୁ ମଶାଲ ପହଞ୍ଚିବା ପରେ ସେଠାରେ ମଶାଲ ସ୍ଥାପନ କରାଯାଇଥିଲା। ପରେ ମା’ କୋଶଲେଶ୍ବରୀଙ୍କୁ ପୂଜାର୍ଚ୍ଚନା ସହ ମହାତ୍ମା ଜ୍ୟୋତି ରାଓ ଫୁଲେ ଓ ସାବିତ୍ରୀ ବାଇଫୁଲେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଞ୍ଜୟ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦେଇ ଶିକ୍ଷା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ଯୋଗଦେଇ ଥିଲେ। ବନ ବିହାରୀ ନାଏକ, ମସ୍ତରାମ ପଟେଲ, ବଳରାମ ନାଏକ, ଡିଙ୍ଗର ପଟେଲ, ଘନଶ୍ୟାମ ପଟେଲ, ଲକ୍ଷ୍ମଣ ପଟେଲ, ବସନ୍ତ ନାଏକ, ବିନୋଦ ପଟେଲ, ଯୋଗୀନ୍ଦ୍ର ପଟେଲ, ଜୟକର ପଟେଲ, ସଚିଦାନନ୍ଦ ପଟେଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଟେଲ ସମାଜ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଟେଲ ସମାଜ ପାକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Udyog Nursery
Udyogi Nursery

କୋଶଲା ମାଳୀ (ପଟେଲ) ସମାଜର କର୍ମକର୍ତ୍ତା ମାନଙ୍କ ୫ବର୍ଷ କାର୍ଯ୍ୟକାଳ ସରିଥିବାବେଳେ ଜିଲ୍ଲା କମିଟି ପୁନଃ ଗଠନ ପାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଭାବେ ଦୁର୍ଯୋଧନ ପଟେଲ, ଉପସଭାପତି ଧର୍ମୁ ପଟେଲ, ସମ୍ପାଦକ ପବିତ୍ର କୁମାର ପଟେଲ, ସହ ସମ୍ପାଦକ ଜୟହରୀ ପଟେଲ ଓ କୋଷାଧ୍ୟକ୍ଷ ଭାବେ ପ୍ରଦୀପ ପଟେଲ ନିର୍ବାଚିତ ହୋଇଛନ୍ତି। ଏହି ସଭାରେ ଜିଲ୍ଲାର ୨୫ଟି କେନ୍ଦ୍ରରୁ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ। ମଞ୍ଚକୁ ଜୟହରୀ ପଟେଲ ପରିଚାଳନା କରିଥିବାବେଳେ ଚିନ୍ତାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.