କଦମଗୁଡାରେ ହାତୀ ଉପଦ୍ରବ; ୨୫ରୁ ଉର୍ଦ୍ଧ୍ବ ଆମ୍ବ ଗଛ ଭାଙ୍ଗିଲେ, ନଷ୍ଟ ହେଲା କ୍ୟୁଣ୍ଟାଲ ସଂଖ୍ୟକ ଆମ୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ଏକ ୧୨ ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀପଲ ସିକେରକୁପା ବନ ବିଭାଗ ଅଧୀନରେ ଥିବା ଖିକ୍ସାଭଟା ଜଙ୍ଗଲରୁ ବାହାରି କଦମଗୁଡା ଗାଁର ସରୋଜ ପ୍ରଧାନଙ୍କ ଆମ୍ବ ବଗିଚାରେ ପଶି ୨୫ ରୁ ଉର୍ଦ୍ଧ୍ବ ଆମ୍ବ ଗଛର ଡାହି ଭାଙ୍ଗି ନଷ୍ଟ କରିଛନ୍ତି। ଯାହା ଫଳରେ ଗଛରେ ଥିବା କ୍ବିଇଣ୍ଟାଲ ସଂଖ୍ୟକ ଆମ୍ବ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଶ୍ରୀ ପ୍ରଧାନ ବହୁ ପରିଶ୍ରମ କରି ଏହି ଆମ୍ବ ଗଛ ଲଗାଇ ଦୁଇ ବର୍ଷ ହେଲା ଆମ୍ବ ଫଳୁଥିବା ବେଳେ ଗତ ରାତିରେ ହାତୀପଲ ନଷ୍ଟ କରିବା ଫଳରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି।ଖବର ପାଇ ସିକେରକୁପା ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ଏନେଇ ସିକେରକୁପା ଫରେଷ୍ଟର ଭାଗିରଥି ନାଏକଙ୍କୁ ପଚାରିବାରୁ ଗତ ରାତିରେ ନର୍ଲା ରେଞ୍ଜ ପଟୁ ଏକ ୧୨ ଟିକିଆ ହାତୀପଲ ଆସି ଆମ୍ବ ବଗିଚା ଭାଙ୍ଗିଥିବା ଖବର ପାଇଲି। ଏହାପରେ ମୁଁ ମୋ ଷ୍ଟାଫଙ୍କୁ ପଠାଇ ଥିଲି। ବର୍ତ୍ତମାନ ସେମାନେ ମୋତେ ରିପୋର୍ଟ ଦେଇ ନାହାନ୍ତି। ସେମାନଙ୍କୁ ପଚାରି ବୁଝିଲେ କ୍ଷୟକ୍ଷତି ବାବଦରେ ଜଣା ପଡ଼ିବ ବୋଲି ପ୍ରକାଶ କରିଥିଲେ। ଏଣୁ ତୁରନ୍ତ ବନ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.