ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବ ଭାରତୀୟ ସର୍ଭେଲାନ୍ସ ରାଜ୍ୟର ସମସ୍ତ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରି ବ୍ୟାପକ ଭାବେ ପରୀକ୍ଷା କରାଯିବ। କ୍ଷୀରର ପରୀକ୍ଷା ହେବାର ମୂଳ ଉଦ୍ଦେଶ୍ୟ ହେଉଛି ଆମ ଖାଦ୍ୟରେ ଅପମିଶ୍ରଣକୁ ରୋକିବା। କ୍ଷୀରରେ ଗୁରୁତ୍ୱପୂର୍ଣ୍ଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟ ରହିଥାଏ। ପ୍ରତ୍ୟେକ ବୟସର ଲୋକେ ନିଜ ଦୈନନ୍ଦିନ ଖାଦ୍ୟରେ କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟକୁ ସାମିଲ କରିଥାନ୍ତି। ଏଫ୍ଏସ୍ଏସ୍ଏଆଇ ତା’ର ବୟାନରେ କହିଛି ଯେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ହେଉଛି ଭାରତରେ ଦୁଗ୍ଧ ଏବଂ ଉଚ୍ଚ ମୂଲ୍ୟର ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଅଭିବୃଦ୍ଧିର ମୁଖ୍ୟ ବାହକ। ଖାଦ୍ୟ ନିୟାମକଙ୍କ ଲକ୍ଷ୍ୟ ହେଉଛି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣ ପାଇଁ ହଟସ୍ପଟ ଚିହ୍ନଟ କରିବା ଏବଂ ଅଧ୍ୟୟନର ଫଳାଫଳକୁ ଆଧାର କରି ସଂଶୋଧନମୂଳକ ରଣନୀତି ପ୍ରସ୍ତୁତ କରିବା ଏବଂ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା। କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ଯେପରିକି ଖୋଆ, ଛେନ୍ନା, ପନିର, ଘିଅ, ଲହୁଣୀ, ଦହି ଆଦିରେ ଏଫଏସଏସଆରରେ ଦିଆଯାଇଥିବା ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡର ଅନୁପାଳନ ହେଉଛି କି ନାହିଁ ଦେଖାଯିବ ସେହିପରି ଦେଶରେ ବିକ୍ରି ହେଉଥିବା ଆଇସ୍କ୍ରିମର ଅନୁଧ୍ୟାନ କରାଯିବ। ୨୦୨୨ରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଭାରତର ୧୨ଟି ବଛା ବଛା ରାଜ୍ୟରେ ଦୁଗ୍ଧ ସର୍ବେକ୍ଷଣ କରାଯାଇଥିଲା। ଗାଈଗୋରୁଙ୍କ ମଧ୍ୟରେ ଲମ୍ପି ନାମରେ ଚର୍ମ ରୋଗର ପ୍ରାଦୁର୍ଭାବର ପ୍ରଭାବ ସହିତ କ୍ଷୀରର ସୁରକ୍ଷାକୁ ଆକଳନ କରିବା ଏହି ସର୍ଭେରେ ଲକ୍ଷ୍ୟ ରଖାଯାଇଥିଲା। ହେଲେ କୌଣସି ଅପମିଶ୍ରଣର ସୂଚନା ମିଳିନଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.