ଧର୍ମଗଡ/ଗୋଲାମୁଣ୍ଡା,୧୨/୫ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନୀ ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଆଧାରରେ ଧର୍ମଗଡ-ସିନାପାଳି ମୁଖ୍ୟ ରାସ୍ତାର ଖଲିଆକାନୀ ଛକ ଠାରେ ଏକ ଅଜଣା ପିକ୍ ଅପ୍ ଭେନ୍ ଦୁଇଜଣ ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା, ଏଥିରେ ଜଣେ ଲୋକଙ୍କ ମୃତ ହୋଇ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ଖଲିଆକାନୀ ବାହାଦୂରପଡାର ପ୍ରଭୁଲାଲ ଵୁଡକିଆ । ଏହି ଘଟଣା ପରେ ସ୍ଥାନୀୟ ଜନ ସାଧାରଣ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ଦାବିରେ ଧର୍ମଗଡ – ସିନାପାଲି ରାସ୍ତାକୁ ଅବରୋଧ କରି ରାସ୍ତାରୋକ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
ଧର୍ମଗଡ଼ ପ୍ରତିନିଧି ଲବଣି ରାଉତଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇