ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କର୍କଟ ପୀଡ଼ିତ ସନ୍ତୋଷ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହଯୋଗ ପାଇଁ ଆକୁଳ ନିବେଦନ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଳକ ବିଏନପୁର ପଞ୍ଚାୟତ ଦେଉଳପଲୀ ଗ୍ରାମର କାଶୀନାଥ ଡାକୁଆ ଓ ରଞ୍ଜିତା ଡାକୁଆଙ୍କ ପୁଅ ସନ୍ତୋଷ ଡାକୁଆ ଶ୍ରମିକ ଭାବେ ରାଜ୍ୟ ବାହାରେ ହେଉ ଅବା ନିଜ ରାଜ୍ୟରେ କାମଦାମ କରି ନିଜର ତିନି ସନ୍ତାନ, ସ୍ତ୍ରୀ ଓ ବାପାମାଆ ସମେତ ସାତପ୍ରାଣୀ କୁଟୁମ୍ବଙ୍କୁ ଦୁଃଖେସୁଖେ ପ୍ରତିପୋଷଣ କରି ଆସୁଥିଲେ। ଏବେ ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସା ନିମନ୍ତେ ସର୍ବସ୍ୱାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପଡି ରହିଛନ୍ତି ଖୋଜାପଲୀ ଗ୍ରାମରେ ଥିବା ଶଶୁର ଘର ବାରଣ୍ଡାରେ। ଦୁଇ ବର୍ଷ ପୂର୍ବରୁ ଘରକୁ ଆସି ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ ସନ୍ତୋଷ। ବାରମ୍ବାର ଯନ୍ତ୍ରଣା ହେବାରୁ ଖଲ୍ଲିକୋଟଠାରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତର ଏକ୍ସରେ କାଢି ଦେଖି ଥିଲେ ଜଂଘରେ ଗୋଟିଏ ମାଂସ ଗୋଟା ରହିଛି। ତାପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି କର୍କଟ ହୋଇ ଥିବା ଜଣାଇଥିଲେ। ସନ୍ତୋଷ କର୍କଟ ଜନିତ ରୋଗରେ ପୀଡିତ ଥିବା ଜଣିବା ପରେ ମାଆ ରଞ୍ଜିତା, ବାପା କାଶୀନାଥ ଓ ପତ୍ନୀ ଲକ୍ଷ୍ମୀ ଡାକୁଆଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପରେ ଧାର ଉଧାର କରି କଟକ ଏସସିବି, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ, ଭୁବନେଶ୍ୱର, ଭଦ୍ରକ ଓ ହାଇଦ୍ରାବାଦର ଘରୋଇ ମେଡିକାଲରେ ଚିକିତ୍ସା କରି ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟ କରି ରକ୍ତ ଚଢ଼ାଇବା ଓ କେମୋ ଦେବାରେ ଜମିବାଡ଼ି ବିକ୍ରି କରି ଧାରକରଜ କରି ସମସ୍ତ ଖର୍ଚ୍ଚ ହୋଇଯିବା ପରେ ଚିକିତ୍ସା ପାଇଁ ଅର୍ଥ ଅଭାବ ଯୋଗୁ ଏବେ ଶେଷରେ ଖୋଜାପଲୀ ଗ୍ରାମରେ ଥିବା ଶ୍ବଶୁର ପ୍ରଫୁଲ୍ଲ ଡାକୁଆଙ୍କ ଘର ବାରଣ୍ଡାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ସନ୍ତୋଷଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ମୁମୂର୍ଷୁ ସନ୍ତୋଷ ବାରଣ୍ଡାରେ ଉପାୟଶୂନ୍ୟ ହୋଇ ମୃତ୍ୟୁର ଦିନ ଗଣି ପଡି ରହି ସରକାରୀ ସାହାଯ୍ୟକୁ ଅପେକ୍ଷା କରି କର୍ମକୁ ଆଦରି ବିଛଣାରେ ଶଯ୍ୟାଶାୟୀ ହୋଇ ଆଖିରୁ ଲୁହ ଗଡ଼ାଇ ଚାଲିଛନ୍ତି। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଏବେ ଚିକିତ୍ସା ପାଇଁ ଅନ୍ୟର ସହଯୋଗ ଅପେକ୍ଷାରେ ଥିବା ବେଳେ ତେଣେ ପରିବାର ଚଳିବା ବହୁ କଷ୍ଟସାଧ୍ୟ ହୋଇପଡିଛି। ସ୍ତ୍ରୀ ଲକ୍ଷ୍ମୀ ଦିନ ମଜୁରିଆ ଭାବେ କାମ କରି ଏବେ ପରିବାର ପୋଷୁଛନ୍ତି। ଔଷଧ କିଣିବା ପାଇଁ ପାଖରେ ଅର୍ଥ ଅଭାବ ପ୍ରତିବନ୍ଧକ ସାଜିଛି। ତେଣେ ଦୁଇ ଜାଆଁଳା ପୁଅ ରାଜୁ ଓ ଜିତୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ମାମୁନି ସପ୍ତମ ଶ୍ରେଣୀରେ ପଢ଼ୁଛି। ଜିତୁ ମଧ୍ୟ ଜଣେ ଦିବ୍ୟାଙ୍ଗ ଅଟେ। ଏହି ଅସହାୟ ପରିବାରକୁ ଯେକୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏବଂ ସରକାର ସହଯୋଗର ହାତ ବଢାଇବା ପାଇଁ ପରିବାର ସମସ୍ତସଦସ୍ୟ ଓ ଗ୍ରାମବାସୀ ଆକୁଳ ଓ ଅଶ୍ରୁ ସଜଳ କୋହଭରା କଣ୍ଠରେ ନିବେଦନ କରିଛନ୍ତି। ସନ୍ତୋଷଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ପରିବାରର ସମସ୍ତ ସମ୍ବଳ ଶେଷ ହୋଇ ଯାଇଛି। ନିବେଦନ କରିଛନ୍ତି ପରିବାର, ସଂପର୍କିୟ ଓ ଗ୍ରାମବାସୀ। ଏଯାବତ କୌଣସି ସରକାରୀ ସାହାଯ୍ୟ ସନ୍ତୋଷଙ୍କ ପାଖରେ ପହଂଚି ପାରିନି। ଯାହାଫଳରେ ସନ୍ତୋଷଙ୍କ ପରିବାର ସଦସ୍ୟମାନେ ଭୋକ ଉପବାସ ରୋଗ ଶଯ୍ୟା ନିକଟରେ ଭବିଷ୍ୟତ ଚିନ୍ତାରେ ମ୍ରିୟମାଣ ହୋଇ ଘେରି ବସିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି ସନ୍ତୋଷଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିଲେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

ମୋବାଇଲ ନମ୍ବର୍: 6372178807

Pearl dental clinic
Near Ashish Medical Store, Bhawanipatna

Laxmi Dakua

Udyog Nursery
Udyogi Nursery

ଏକାଉଣ୍ଟ ନମ୍ବର୍: 047910100150773

IFSC: ANDB0000479

Andhra Bank, Rambha, Ganjam.

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.