ବାତ୍ୟା ବିପର୍ଯ୍ୟୟକୁ ନେଇ ‘ସୌରାଷ୍ଟ୍ର’ ଓ କଚ୍ଛ ଉପକୂଳକୁ ଚେତାବନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବାତ୍ୟା ଏବେ ମୁମ୍ବାଇ ଠାରୁ ପଶ୍ଚିମରେ ୫୫୦ କିଲୋମିଟର ଦୂରରେ ଥିବା ବେଳେ ପୋରବନ୍ଦର ଠାରକୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫୦ କିଲୋମିଟର, ସମାନ ଦିଗରେ ଦେହଭୂମି ଦ୍ୱାରକାରୁ ୪୯୦ ଏବଂ ପାକିସ୍ତାନର କରାଚିଠାରୁ ଦକ୍ଷିଣରେ ୭୫୦ କିଲୋମିଟର ଦୂରରେ ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ୧୪ ତାରିଖ ସକାଳ ଯାଏ ଉତ୍ତର ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସୌରାଷ୍ଟ୍ର ଏବଂ କଚ୍ଛ ସଂଲଗ୍ନ ପାକିସ୍ତାନ ଉପକୂଳକୁ ୧୫ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ଭାବେ ଛୁଇଁବାର ଆକଳନ କରାଯାଇଛି ।ବାତ୍ୟା ‘ବିପର୍ଯ୍ୟୟ’ ଉପକୂଳ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ । ଝୁଙ୍କ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ରହିପାରେ । ପ୍ରଭାବରେ ୧୪ ତାରିଖରୁ ଗୁଜରାଟର କଚ୍ଛ, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଓ ମୋର୍ବି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସମୁଦ୍ର ଅଶାନ୍ତ ରହିବା ସହ ୨ରୁ ୩ ମିଟର ଉଚ୍ଚର ଜୁଆର ମାଡ଼ି ଆସିବାର ଆଶଙ୍କା ରହିଛି । ଆରବ ସାଗର ମଧ୍ୟକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.