ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଓଲଟିଲା ମ୍ୟାକ୍ସ ପିକଅପ ଭ୍ୟାନ: ୧୫ରୁ ଉର୍ଦ୍ଧ ଆହତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଶ୍ରଦ୍ଧାଶ୍ରୀକ୍ଷେତକୁ ରଥଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ | ୩୨୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ମ୍ୟାକ୍ସ ପିକଅପ ଭ୍ୟାନ | ୧୫ରୁ ଉର୍ଦ୍ଧ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି | ଆହତ ମାନଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଶିଶୁ ଥିବା ଜଣାପଡିଛି | ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି | ରାୟଗଡା ଥାନା ଅନ୍ତର୍ଗତ ହାଲୁଆ ଗ୍ରାମ ପଞ୍ଚାୟତର ତଳସଂକେଶ ଗ୍ରାମ ଠାରେ ଘଟିଛି ଦୁର୍ଘଟଣା |

ଆଜି ରାୟଗଡାରେ ରଥଯାତ୍ରା ଦେଖିବାକୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳରୁ ଏକ ମ୍ୟାକ୍ସ ପିକଅପ ଗାଡ଼ିରେ ୧୦ରୁ ଅଧିକ ଲୋକେ ଆସୁଥିବା ବେଳେ ରାଫାକଣା ଛକ ଠାରେ ହାଲୁଆ ପଂଚାୟତର ମଧ୍ୟ ୫ରୁ ଉର୍ଦ୍ଧ ଲୋକେ ସେଠାରୁ ରାୟଗଡା ପାଇଁ ଚଢ଼ିଥିଲେ | ତେବେ ରାୟଗଡା ସହର ଠାରୁ ଆଉ ମାତ୍ର ୫କିଲୋମିଟର ଦୂରରେ ଗାଡିଟି ପହଂଚି ଥିବା ବେଳେ ତଳ ସାଂକେଶ ଠାରେ ଥିବା ବୁଲାଣୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ସାଇଡ ଦେବାକୁ ଯାଇ ମ୍ୟାକ୍ସ ପିକ ଅପ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା |

ଫଳରେ ଗାଡ଼ି ଭିତରେ ଓ ଡାଲାରେ ବସିଥିବା ରୋମି ମଣ୍ଡାଙ୍ଗୀ, ଲକ୍ଷ୍ମୀ ନାୟକ, ରାଧା ମଣ୍ଡାଙ୍ଗୀ, ସମିଆ ଶାରକା, ଦୁନାଇଁ ସାରାକା, ଏଷା ସାରକା, ସୌଦାମିନୀ ମାଝୀ, ରାଇତ ମାଝୀ, ଦୟାନିଧି ମାଝୀ ଙ୍କ ସମେତ ଅନ୍ୟ ମାନେ ରାସ୍ତା ଉପରେ ଛିଟିକି ପଡି ଆହତ ହୋଇଥିଲେ | ଅନେକଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଥିବା ଜଣାପଡିଛି | ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଅଟୋ ଗୁଡିକ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆହତ ମାନଙ୍କୁ ଭର୍ତ୍ତି କରାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.