ବମକ ଗ୍ରାମ ପଞ୍ଚାୟତରେ ଯୋଗ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ସ୍ଥିତ ଅମୃତ ସରୋବର ପାର୍ଶ୍ୱରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି। ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଗୁରୁ କ୍ଷମାଶୀଳ ମାଝୀ ଯୋଗ ଶିକ୍ଷା ଦେବା ସହ ଜୀବନରେ ଯୋଗ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପଞ୍ଚାୟତର ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାସହ  ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.