ଓଡ଼ିଆ ବାର୍ତ୍ତା / ନୂଆପଡା (ରାହୁଲ ବାଗ): ଭୁବନେଶ୍ୱରର ଏକ ଘରୋଇ କଲେଜରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ନୂଆପଡାର ଝିଅ ସଫଳତା ହାସଲ କରିଛନ୍ତି | ସଦର ବ୍ଲକ କୋଦେମେରୀ ଗାଁର ଗୁଲାପ ରାଉତ ୨୩ ବର୍ଷରୁ କମ ବାଳିକା ବର୍ଗରେ ୫ ହଜାର ଓ ୧୦ ହଜାର ମିଟର ବର୍ଗରେ ଦୁଇଟି ସ୍ବର୍ଣ୍ଣ ହାସଲ କରିଛନ୍ତି | ସେହିପରି ସାରାବଙ୍ଗର ଦିନେଶ କୁମାର ରାଉତ ପୁରୁଷ ବର୍ଗରେ ୫ ହଜାର ଓ ୧୦ ହଜାର ମିଟର ବର୍ଗରେ ୨ ଟି ରୋପ୍ୟ ପଦକ ହାସଲ କରିଛନ୍ତି | ଖରିଆର ବ୍ଲକ ଖୁଦପେଜ ଗାଁର ଧନମତି ମାଝୀ ମହିଳା ବର୍ଗରେ ୧୦ ହଜାର ମିଟର ଦୌଡ଼ରେ ରୋପ୍ୟ ପଦକ ହାସଲ କରିଛନ୍ତି | ଗତ ୨୨ରୁ ଆରମ୍ବ ହୋଇଥିବା ଏହି ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି | ଏଥିରେ ପିଇଟି ଶିକ୍ଷକ ମହତାବ ଆଡ଼ଜୁଆ ଓ କୋଚି ନିରୁ ପଟେଲ ମେନେଜର ରୂପେ ନୂଆପଡା ଜିଲ୍ଲାର ୧୮ ଜଣିଆ ଟିମକୁ ନେଇ ରାଜ୍ୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ | ଏହି ସଫଳତା ପାଇଁ କୃତି ପ୍ରତିଯୋଗୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି |